କନକ ବ୍ୟୁରୋ: ଭାପୁର ଫାଣ୍ଡି ଅନ୍ତର୍ଗତ ବାଳିଆମ୍ବା ଗ୍ରାମରେ ଅଭାବନୀୟ ଘଟଣା । ମଦ୍ୟପ ସ୍ଵାମୀର ପରକୀୟା ପ୍ରୀତିକୁ ବିରୋଧ କରି ଗଲା ପତ୍ନୀର ଜୀବନ । ନୃଶଂସ ସ୍ଵାମୀ ମାଡ଼ ମାରିବା ପରେ କୀଟନାଶକ ପିଆଇ ନିଜ ସ୍ତ୍ରୀକୁ କଲା ହତ୍ୟା । ୧୧ ବର୍ଷ ତଳେ ବାଙ୍କୀ ବ୍ଲକ କଡ଼ାମଲ୍ ଗାଁର ଅମିତା ରଣା ଢ଼େଙ୍କାନାଳ ଭାପୁର ଫାଣ୍ଡି ଅଧୀନ ବାଲିଅମ୍ବା ଗାଁର ପ୍ରଶାନ୍ତ ରଣାକୁ ବାହା ହୋଇଥିଲେ। ସେମାନଙ୍କର ୨ଟି ପୁଅ ରହିଛନ୍ତି । ଗତ କିଛି ବର୍ଷ ଧରି ସ୍ଵାମୀ ପ୍ରଶାନ୍ତ ଯୌତୁକ ପାଇଁ ୩ ଲକ୍ଷ ଟଙ୍କା ଦାବି କରି ସ୍ତ୍ରୀକୁ ନାନା ନିର୍ୟାତନା ଦେଇ ଆସୁଥିଲେ । ମାତ୍ର ସେ ଯେଉଁ କାଜୁ ଫ୍ୟାକ୍ଟ୍ରିରେ କାମ କରୁଛନ୍ତି ସେଠାରେ ଅନ୍ୟ ମହିଳାଙ୍କ ସହ ସମ୍ପର୍କରେ ଥିବା ସ୍ତ୍ରୀ ଅମିତା ଜାଣିବାକୁ ପାଇଥିଲେ । ଏହାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହେଉଥିଲା । ଅନେକ ସମୟରେ ସ୍ଵାମୀ ପ୍ରଶାନ୍ତ ମାରପିଟ କରୁଥିଲେ ବୋଲି ଅମିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । କିନ୍ତୁ ଗତକାଲି ଅମିତାକୁ ମାଡ଼ ମାରିବା ସହ କୀଟନାଶକ ଔଷଧକୁ ଜୋର ଜବରଦସ୍ତ ପିଆଇ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏ ନେଇ ଭାପୁର ଫାଣ୍ଡିରେ ହାତ୍ୟା ମାମଲା ରୁଜୁ ହୋଇଛି ।
ଢେଙ୍କାନାଳ ଭାପୁରରେ ଅଭାବନୀୟ ଘଟଣା: ମଦ୍ୟପ ସ୍ଵାମୀର ପରକୀୟା ପ୍ରୀତିକୁ ବିରୋଧ କରି ଗଲା ପତ୍ନୀର ଜୀବନ
ଭାପୁର ଫାଣ୍ଡି ଅନ୍ତର୍ଗତ ବାଳିଆମ୍ବା ଗ୍ରାମରେ ଅଭାବନୀୟ ଘଟଣା । ମଦ୍ୟପ ସ୍ଵାମୀର ପରକୀୟା ପ୍ରୀତିକୁ ବିରୋଧ କରି ଗଲା ପତ୍ନୀର ଜୀବନ । ନୃଶଂସ ସ୍ଵାମୀ ମାଡ଼ ମାରିବା ପରେ କୀଟନାଶକ ପିଆଇ ନିଜ ସ୍ତ୍ରୀକୁ କଲା ହତ୍ୟା ।