ପରକିୟା ପ୍ରୀତି ହେଲା କାଳ; ସ୍ତ୍ରୀକୁ ତୀର ମାରି ହତ୍ୟା କଲା ସ୍ବାମୀ

ପରକିୟା ପ୍ରୀତିରୁ କରୁଣ ପରିଣତି । ଅନ୍ୟଜଣଙ୍କ ସହ ସମ୍ପର୍କ ଥିବାରୁ ସ୍ତ୍ରୀକୁ ସ୍ୱାମୀର ତୀର ମାଡ଼ । କେନ୍ଦୁଝର ବାମେବାରୀ ଥାନାର ହାଣ୍ଡିଭଙ୍ଗା ଗାଁରୁ ଆସିଲା ଅଭାବନୀୟ ଖବର ।

40mm

କନକ ବ୍ୟୁରୋ: ପରକିୟା ପ୍ରୀତିର କରୁଣ ପରିଣତି । ସ୍ୱାମୀର ତୀର ମାଡ଼ରେ ସ୍ତ୍ରୀ ମୃତ । କେନ୍ଦୁଝର ବାମେବାରୀ ଥାନାର ହାଣ୍ଡିଭଙ୍ଗା ଗାଁରୁ ଆସିଛି ଅଭାବନୀୟ ଖବର । 

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଏହି ଗାଁର ଦଶରା ମୁଣ୍ଡାଙ୍କ  ସ୍ତ୍ରୀ ଚନି ମୁଣ୍ଡାଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା । ଗତକାଲି ବିଳମ୍ବିତ ରାତିରେ ମଧ୍ୟ ସେହି ଘଟଣାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା । ଫଳରେ ସ୍ୱାମୀ ଦଶରା ମୁଣ୍ଡା ରାଗି ଯାଇ ସ୍ତ୍ରୀ ଚିନିଙ୍କୁ ତୀର ମାଡ କରିଥିଲେ  ଓ ତୀରଟି ଚିନିଙ୍କ ଛାତିରେ ବାଜିଥିଲା । ଆଜି ସକାଳୁ ସ୍ୱାମୀ ଦଶରା ଓ ତାଙ୍କ ପରିବାର ଲୋକେ ଚିନିଙ୍କୁ ଆଣି ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଚିନିଙ୍କର ମୃତ୍ୟୁ ହୋଇଛି । ସ୍ୱାମୀ ଦଶରା ମୁଣ୍ଡାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe