ସ୍ବାମୀ ହିଁ ହତ୍ୟାକାରୀ ; କଟକ କନ୍ଦରପୁର ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସତ

କଟକ କନ୍ଦରପୁର ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସତ । ସ୍ବାମୀ ହତ୍ୟା କରିଥିବା ପୋଲିସର ସୂଚନା। ଛତିଶଗଡ଼ ରାୟପୁରରୁ ଧରାପଡିଲା ଅଭିଯୁକ୍ତ ସ୍ବାମୀ।

ଅଦ୍ୟତନ ହୋଇଛି
21swami

କନକ ବ୍ୟୁରୋ: କଟକ କନ୍ଦରପୁର ହତ୍ୟାକାଣ୍ଡକୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଖବର । ମହିଳାଙ୍କୁ ତାଙ୍କ ସ୍ବାମୀ ହିଁ କରିଥିଲା ହତ୍ୟା । ଏନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି । ପତ୍ନୀଙ୍କୁ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା ସ୍ବାମୀ । ରାୟପୁରରୁ ଅଭିଯୁକ୍ତ ସ୍ବାମୀକୁ ଧରିଲା ପୋଲିସ। 

ମହିଳାଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣାରେ ମହିଳାଙ୍କ ଦିଅର ମଧ୍ୟ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି । କନ୍ଦରପୁର ସ୍ଥିତ ପରମହଂସ ଅଞ୍ଚଳରେ ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ଗଳା କାଟି ହତ୍ୟା କରାଯାଇଥିଲା । ମହିଳାଙ୍କ ମୁହଁ ଓ ବେକରେ ମଧ୍ୟ ଗଭୀର କ୍ଷତ ହୋଇଥିଲା । ଯାହା ଫଳରେ ମହିଳାଙ୍କ ପରିଚୟ ପାଇବା ବି କଷ୍ଟକର ହୋଇପଡ଼ିଥିଲା। ଘଟଣାସ୍ଥଳରୁ ମଳିଥିବା ଏକ ଟେଲର ରିସିପ୍ଟରୁ ଠିକଣା ଖୋଜିଥିଲା ପୋଲିସ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe