କନକ ବ୍ୟୁରୋ: କଟକ କନ୍ଦରପୁର ହତ୍ୟାକାଣ୍ଡକୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଖବର । ମହିଳାଙ୍କୁ ତାଙ୍କ ସ୍ବାମୀ ହିଁ କରିଥିଲା ହତ୍ୟା । ଏନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି । ପତ୍ନୀଙ୍କୁ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା ସ୍ବାମୀ । ରାୟପୁରରୁ ଅଭିଯୁକ୍ତ ସ୍ବାମୀକୁ ଧରିଲା ପୋଲିସ।
ମହିଳାଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣାରେ ମହିଳାଙ୍କ ଦିଅର ମଧ୍ୟ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି । କନ୍ଦରପୁର ସ୍ଥିତ ପରମହଂସ ଅଞ୍ଚଳରେ ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ଗଳା କାଟି ହତ୍ୟା କରାଯାଇଥିଲା । ମହିଳାଙ୍କ ମୁହଁ ଓ ବେକରେ ମଧ୍ୟ ଗଭୀର କ୍ଷତ ହୋଇଥିଲା । ଯାହା ଫଳରେ ମହିଳାଙ୍କ ପରିଚୟ ପାଇବା ବି କଷ୍ଟକର ହୋଇପଡ଼ିଥିଲା। ଘଟଣାସ୍ଥଳରୁ ମଳିଥିବା ଏକ ଟେଲର ରିସିପ୍ଟରୁ ଠିକଣା ଖୋଜିଥିଲା ପୋଲିସ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/15/R9P66dAIsYuRzcGPdonX.jpg)