କନକ ବ୍ୟୁରୋ : ମୋ ସ୍ବାମୀକୁ ଫେରାଇ ଆଣ । ଦାଦନ ଖଟିବାକୁ ଯାଇ ଆଉ ଫେରିନି ସ୍ବାମୀ । ଜଣେ ହଜିଯାଇଥିବା ସ୍ବାମୀକୁ ଫେରାଇ ଆଣିବାକୁ ସ୍ତ୍ରୀର ଆଳୁଳ ନିବେଦନ। ସ୍ବାମୀ ଦାଦନ ଖଟିବାକୁ ଯାଇ ଆଉ ଫେରିନି । ଏବେ ନଖାଇ ନପିଇ ସ୍ବାମୀର ବାଟ ଚାହିଁ ବସିଛନ୍ତି ରାୟଗଡ଼ା କଲ୍ୟାଣସିଂହପୁର ବ୍ଳକ ହାତୀମୁଣ୍ଡା ଗାଁର ସିଙ୍ଗାରି ହିକକା । ସ୍ବାମୀ ଜେନା ହିକକା ଗାଁର ୪ ଯୁବକଙ୍କ ସହ ମିଶି ଆନ୍ଧ୍ରପ୍ରଦେଶ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଏକ ଘରୋଇ କନଷ୍ଟ୍ରକ୍ସନ କମ୍ପାନୀରେ କାମ କରୁଥିଲେ। ସେଠାରେ ପାଉଣା ଠିକଭାବରେ ନମିଳିବାରୁ ୪ ଯୁବକ ଗାଁକୁ ପଳାଇଆସିଥିଲେ। ହେଲେ ଫେରିନଥିଲେ କେବଳ ଜେନା ହିକକା। ଆଉ ଦୀର୍ଘ ୩ ମାସ ହେଲାଣି ତାଙ୍କର ପତ୍ତା ମିଳୁନି। ସ୍ବାମୀକୁ ଖୁବଶୀଘ୍ର ଫେରାଇଆଣିବାକୁ ଆକୁଳ ଅନୁରୋଧ କରିଛନ୍ତି ସିଙ୍ଗାରୀ । 

Advertisment

ଅଭାବ ଭିତରେ ଜୀବନ ଜୀଉଁଛନ୍ତି ଗରିବ ଆଦିବାସୀ ପରିବାର । ଜେନା ହିକକା ପରିବାରକୁ ସରକାରୀ ସହାୟତା କହିଲେ ଖାଲି ରାସନ କାର୍ଡରେ ୧୫ କେଜି ଚାଉଳ ମିଳୁଛି । ତେଣୁ ଅଭାବୀ ପରିବାର ଚଳାଇବା ପାଇଁ ୫୦ ବର୍ଷ ବୟସରେ ଦାଦନ ଖଟିବାକୁ ଚାଲିଯାଇଥିଲେ। ଆଉ ଏବେ ନିଖୋଜ ହୋଇଯାଇଛନ୍ତି । ତେବେ ତାଙ୍କୁ ଖୁବଶୀଘ୍ର ଖୋଜି ବାହାର କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।

କାମଧନ୍ଦା ଅଭାବରୁ ଜିଲ୍ଲାରେ ଶ୍ରମିକ ମାନେ ଦାଦନ ମୁହାଁ ହେଉଛନ୍ତି। ପ୍ରତିଥର ଦାଦନ ରୋକିବାକୁ ବିଭିନ୍ନ ପ୍ରୟାସ କରାଯାଉଛି । ହେଲେ ପ୍ରତିଥର ଦାଦନ ଦୁଃଖ ବଢି ଚାଲିଛି । ଯାହାର ତଥ୍ୟ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ନାହିଁ। ।