ବିବାହ ଭଳି ପବିତ୍ର ବନ୍ଧନକୁ ଆଜିର ସମୟରେ ଦମ୍ପତି ଏତେ ଶସ୍ତା କରିଦେଲେଣି ଯେ ଅବିବାହିତ ଯୁବଗୋଷ୍ଠୀଙ୍କ ବିବାହ ଉପରୁ ହିଁ ଭରସା ଧିରେ ଧିରେ କମିବାକୁ ଲାଗିଲାଣି । କଥା ଆସି ଏମିତି ହେଲାଣି ଯେ , କିଏ ତେଲ ପାଇଁ ଝଗଡା କରୁଛନ୍ତି ତ କେହି ତରକାରୀ ପାଇଁ ଥାନାର ଦ୍ବାରସ୍ଥ ହେଉଛନ୍ତି । ଉତ୍ତରପ୍ରଦେଶରେ ମଧ୍ୟ ଏମିତି ଏକ ଅବାନ୍ତର କଥାକୁ ନେଇ ସ୍ବାମୀସ୍ତ୍ରୀଙ୍କ ଭିତରେ ଏତେ ଝଗଡ଼ା ହେଲା ଯେ କଥା ଯାଇ ପହଂଚିଲା ଥାନାରେ । 

Advertisment
heel
heel Photograph: (google)

ତାଜ୍ ନଗରୀ ଆଗ୍ରାରୁ ଆସିଛି ଏଭଳି ଏକ ଚକିତ କରିଦେଲା ଖବର । ଯେଉଁଠି ହାଇହିଲ୍ ପାଇଁ ଦମ୍ପତିଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଝଗଡ଼ା ପହଂଚିଲା ଥାନାରେ । ସ୍ୟାଣ୍ଡେଲ୍ ପାଇଁ ସ୍ବାମୀଙ୍କୁ ବାରମ୍ବାର କହିବା ସତ୍ତ୍ବେ ଇଚ୍ଛା ପୂରଣ ନ କରିବାରୁ ପ୍ରଥମେ ଝଗଡ଼ା ପରେ ମାରପିଟ୍ ଆଉ ନ୍ୟାୟ ପାଇଁ ଥାନାର କବାଟ ପିଟିଲେ ସ୍ତ୍ରୀ । 

cartoon
cartoon Photograph: (google)

ସୂଚନା ଅନୁସାରେ , ଆଗ୍ରାର ଏହି ଦମ୍ପତିଙ୍କ ବିବାହ ୨୦୨୪ ମସିହାରେ ହିନ୍ଦୁ ରୀତିନୀତିରେ ସମ୍ପନ୍ନ ହୋଇଥିଲା । ଯୁବତୀଙ୍କୁ ହାଇହିଲ୍ ପିନ୍ଧିବାର ସଉକ ଥିଲା । ବିବାହ ପରେ ସ୍ବାମୀଙ୍କୁ ଏନେଇ ସେ କହିଥିଲେ ଏବଂ ସ୍ତ୍ରୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସ୍ବାମୀ ମଧ୍ୟ ହାଇହିଲର ସ୍ୟାଣ୍ଡେଲ୍ ନେଇ ଆସିଥିଲେ । ହେଲେ ହିଲ୍ ପିନ୍ଧିବା ଯୋଗୁଁ ମହିଳାଜଣଙ୍କ ଥରେ ପଡିଯାଇଥିଲେ । ସେହିଦିନଠାରୁ ସ୍ବାମୀ ସ୍ତ୍ରୀଙ୍କ ହିଲ୍ ପିନ୍ଧିବାକୁ ବାରଣ କରିଆସୁଥିଲେ । କିନ୍ତୁ ପଡ଼ିବା ସତ୍ତ୍ବେ ସ୍ତ୍ରୀଙ୍କ ମୁଣ୍ଡରେ ବୁଦ୍ଧି ପଶିନଥିଲା ଏବଂ ବାରମ୍ବାର ହିଲ୍ କୁ ନେଇ ସେ ସ୍ବାମୀଙ୍କ ସହ ଝଗଡ଼ା କରିଆସୁଥିଲେ । କିନ୍ତୁ ହିଲ୍ ଯୋଗୁଁ ଦମ୍ପତିଙ୍କ ମଧ୍ୟରେ ମାରପିଟ୍ ଭଳି ସମସ୍ୟା ଦେଖାଦେବାରୁ ମହିଳା ଘର ଛାଡ଼ି ବାପଘରକୁ ଚାଲି ଯାଇଥିଲେ । ମାସେ ଧରି ସେ ବାପଘରେ ରହୁଥିବା ବେଳେ ଥାନାର ଦ୍ବାରସ୍ଥ ମଧ୍ୟ ହୋଇଥିଲେ । 

 woman
woman Photograph: (google)

ମାମଲା ପରିବାର ପରାମର୍ଶ କେନ୍ଦ୍ରରେ ପହଂଚିବା ପରେ ଦୁହିଁଙ୍କ କାଉନସିଲିଂ ଆରମ୍ଭ କରାଯାଇଛି । କାଉନସିଲର୍ ଡା.ସତିଶ୍ ଖୀରବାର କୁହନ୍ତି , ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ସାମାନ୍ୟ କଥାକୁ ନେଇ ହୋଇଛି । କଥାକୁ ବାରମ୍ବାର ଉଠାଇବା ଦ୍ବାରା ଝଗଡ଼ା ,ମାରପିଟ୍ ଏବଂ ଛାଡ଼ପତ୍ର ଭଳି ଚରମ ପଦକ୍ଷେପ ନେବାର କଥା ଉଠିଛି । ବର୍ତ୍ତମାନ ଆମେ ଦମ୍ପତିଙ୍କୁ କାଉନସିଲିଂ କରି ବୁଝାଇସାରିଛୁ । ଦୁହିଁଙ୍କ ମଧ୍ୟରେ ରାଜିନାମା ସ୍ବୀକାର କରାଯାଇଛି । ଏଭଳି ଅନେକ ମାମଲା ଆମ ସାମ୍ନାକୁ ଆସୁଛି ଯାହା ଶୁଣିବା ମାତ୍ରେ ବେଳେବେଳେ ହସ ମଧ୍ୟ ଲାଗେ । ଏମିତି ଛୋଟ ଛୋଟ କଥାକୁ ନେଇ ଦମ୍ପତି ଛାଡ଼ପତ୍ର ପରି ଚରମ ପଦକ୍ଷେପ ନେବାକୁ ମଧ୍ୟ ପଛାଉନାହାନ୍ତି ।