କନକ ବ୍ୟୁରୋ:  ସ୍ତ୍ରୀକୁ ଛୁରିରେ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା। ବରଗଡ଼ ଜିଲ୍ଲା ଭଟଲୀ ଥାନା କୁସନପୁରୀ ଗାଁ ବିଜୟା ଛକରେ ଘଟିଛି ଏପରି ଅଭାବନୀୟ ଘଟଣା। ମୃତକ ହେଲେ କିଶୋର ଭୁଏ ଓ ସ୍ତ୍ରୀ ସୁନିତା ଭୁଏ। ଭଟଲି ପୋଲିସ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ତଦନ୍ତ ଆରମ୍ଭ କରିଛି। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଯୋଗୁଁ ଏଭଳି ଘଟଣା ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।