ଦିଲ୍ଲୀରେ ଯୌତୁକ ନିଆଁର ଭୟଙ୍କର ଦୃଶ୍ୟ: ୩୫ ଲକ୍ଷ ଦାବିରେ ସ୍ତ୍ରୀକୁ ପିଟିଲେ, ପରେ ନିଆଁ ଲଗାଇଦେଲେ ସ୍ବାମୀ

ଅଭିଯୋଗ ଅନୁସାରେ,  ଶଶ୍ୱରୁ ଘର ଲୋକେ ନିକ୍କିଙ୍କୁ ୩୫ ଲକ୍ଷ ଯୌତୁକ ଆଣିବାକୁ ବାଧ୍ୟ କରୁଥିଲେ । ଏହା ନ ହେବାରୁ ପ୍ରଥମେ ମାରିଥିଲେ ଓ ପରେ ଦହନଶୀଳ ପଦାର୍ଥ ଢାଳି ନିଆଁ ଲଗାଇଦେଇଥିଲେ ।  

36

Photograph: (kanak news)

କନକ ବ୍ୟୁରୋ: ପିଟି ପିଟି ବେହୋସ କଲେ, ଆଉ ଶେଷରେ ନିଆଁ ଲଗାଇଜାଲିଦେଲେ । ଯୌତୁକ ନିଆଁରେ ଦିଲ୍ଲୀର ନିକ୍କିଙ୍କୁ ତାଙ୍କ ସ୍ବାମୀ ଓ ଶ୍ୱଶୁର ଘର ଲୋକେ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଗ୍ରେଟର ନୋଏଡାର ଶୀର୍ଷା ଗାଁରେ ଏଭଳି ଲୋମଟାକୁର ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ,  ଶଶ୍ୱରୁ ଘର ଲୋକେ ନିକ୍କିଙ୍କୁ ୩୫ ଲକ୍ଷ ଯୌତୁକ ଆଣିବାକୁ ବାଧ୍ୟ କରୁଥିଲେ । ଏହା ନ ହେବାରୁ ପ୍ରଥମେ ମାରିଥିଲେ ଓ ପରେ ଦହନଶୀଳ ପଦାର୍ଥ ଢାଳି ନିଆଁ ଲଗାଇଦେଇଥିଲେ ।  ପୀଡିତାଙ୍କ ପରିଜନଙ୍କ କହିବା ଅନୁସାରେ, ନିକ୍କି ୨୦୧୬ରେ ବିପିନଙ୍କ ସହ ବିବାହ କରିଥିଲେ । ବିବାହ ସମୟରେ ଦାମୀ କାର ସହ ଅନେକ ସାମଗ୍ରୀ ଦିଆଯାଇଥିଲା ।  କିନ୍ତୁ ଏତିକିରେ ସନ୍ତୁଷ୍ଟ ହୋଇନଥିଲେ ଯୌତୁକ ରାକ୍ଷସ । ଟଙ୍କା ଲୋଭରେ ନିଜ ସ୍ବାମୀ ହିଁ ନିକ୍କିଙ୍କୁ ପିଟିବା ସହ  ନିଆଁ ଲଗାଇଦେଇଥିଲେ । ନିକ୍କିଙ୍କୁ ପିଟିବା ସହ  ସେ ଜଳିବାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୁଲିସ ନିକ୍କିଙ୍କ ସ୍ବାମୀଙ୍କୁ ଗିରଫ କରିଛି । ଅନ୍ୟ ୩ ଜଣ ଅଭିଯୁକ୍ତଙ୍କ ଖୋଜିବା ଉଦ୍ୟମ ଜାରି ରହିଛି । ପୂର୍ବରୁ ସମାଧାନ ନେଇ  ଉଦ୍ୟମ ଗାଁ ସମିତିରେ ଆଲୋଚନା ହୋଇଥିଲା । କିନ୍ତୁ ଯୌତୁକ ରାକ୍ଷସ  କିଛି ମାନିନଥିଲେ ।  ୩୫ ଲକ୍ଷ ପାଇଁ ଅତ୍ୟାଚାର କରିଥିଲେ । ଆଉ ପରିଣାମ ଆପଣଙ୍କ ସାମ୍ନାରେ ଅଛି । ନିକ୍କିଙ୍କୁ ନ୍ୟାୟ ଦେବା ପାଇଁ ଦିଲ୍ଲୀରେ ବିଭିନ୍ନ ସଙ୍ଗଠନ ଆଗକୁ ଆସିଛନ୍ତି । ବିଭିନ୍ନ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe