ପୁଅ ନୁହେଁ ଝିଅ ଜନ୍ମ ହେଲା ବୋଲି , ମାଡ଼ ମାରି ଘରୁ ତଡ଼ିଦେଲା ସ୍ବାମୀ

ପୁଅ ଜନ୍ମ ହେଲାନି ବୋଲି ୫ଟି ଝିଅ ସହ ସ୍ତ୍ରୀକୁ ଘରୁ ତଡ଼ିଦେଇଲା ଅବିବେକୀ ସ୍ବାମୀ । ଏମିତିକି ମାଡ଼ ମାରିବାକୁ ପଛାଇଲାନି ସମ୍ବେଦନହୀନ ସ୍ବାମୀ । ଏଭଳି ଏକ ଘଟଣା ସାରାରାଜ୍ୟରେ ଅଲୋଡ଼ନ ସୃଷ୍ଟି କରିଛି ।

DHENKANAL

DHENKANAL Photograph: (kanak news)

କନକ ବ୍ୟୁରୋ: ଯୁଗ ବଦଳିଛି ହେଲେ ବଦଳିନି ମାନସିକତା । ପୁଅ ଜନ୍ମ ହେଲାନି ବୋଲି ୫ଟି ଝିଅ ସହ ସ୍ତ୍ରୀକୁ ଘରୁ ତଡ଼ିଦେଇଲା ଅବିବେକୀ ସ୍ବାମୀ । ଏମିତିକି ମାଡ଼ ମାରିବାକୁ ପଛାଇଲାନି ସମ୍ବେଦନହୀନ ସ୍ବାମୀ । ଏଭଳି ଏକ ଘଟଣା ସାରାରାଜ୍ୟରେ ଅଲୋଡ଼ନ ସୃଷ୍ଟି କରିଛି । ଯେଉଁ ହାତ ଧରି ବାପ ଘରୁ ଆସିଥିଲା ସେ, ଯିଏ ସାତ ଜନମ ପାଇଁ ସବୁ ପରିସ୍ଥିତିରେ ସାଥ୍ ଦେବ ବୋଲି କଥା ଦେଇଥିଲା, ସେ ସ୍ବାମୀ ସଇତାନ ସାଜିଲା । ୫ଟି ଝିଅ ଜନ୍ମ ହେଲା ପରେ ବି ପୁଅଟିଏ ଜନ୍ମ ହେଲାନି ବୋଲି ସ୍ତ୍ରୀକୁ ଧକ୍କା ମାରି ଘରୁ ବିଦା କରିଦେଇଛି ଇହ କାଳର ଦେବତା ବୋଲାଉଥିବା ଦାନବ । ଢେଙ୍କାନାଳ ଭୁବନର ଏଭଳି ଘଟଣା ପୁରା ଶିକ୍ଷିତ ସମାଜ ପ୍ରତି ପ୍ରଶ୍ନର ପାହାଡ଼ ଛିଡ଼ା କରିଛି । 

ଅଧିକ ପଢନ୍ତୁ .. ଉପାନ୍ତ ଅଞ୍ଚଳରେ ମାଆଙ୍କୁ ସମ୍ମାନ ଦେବାକୁ ନିଆରା ପ୍ରୟାସ

ପଞ୍ଚମ ଝିଅ ଜନ୍ମ ପରେ ସ୍ଵାମୀ ଆକ୍ରୋଶର ଶିକାର ହୋଇଛି ଏହି ମା’ ଜଣକ । ମାତ୍ର ୧୫ ଦିନର ଶିଶୁ କନ୍ୟା ଏବଂ ଅନ୍ୟ ଚାରି ଝିଅଙ୍କୁ ଧରି ଶୀତ ରାତିରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆଶ୍ରୟ ନେଇଥିଲେ । ଖବର ପାଇ ପହଞ୍ଚିଥିଲେ ରାଜ୍ୟ ମାନବାଧିକାର କର୍ମୀ ପୁଷ୍ପାଞ୍ଜଳି ରଣା । ଆଉ ପୂରା ଘଟଣା ଶୁଣିବା ପରେ ଢେଙ୍କାନାଳ ଗନ୍ଦିଆ ଅଞ୍ଚଳରେ ଥିବା ଏକ ସୁଧାର ଗୃହକୁ ମା’ ଛୁଆଙ୍କୁ ନେଇ ଥଇଥାନ କରିଛନ୍ତି । ବଡ଼କଥା ହେଉଛି ଏବେ ଝିଅମାନେ କେବଳ ବାପା-ମାଆଙ୍କ ନାଁ ନୁହେଁ ଦେଶ ଓ ରାଜ୍ୟର ଗୌରବ ବଢ଼ାଉଛନ୍ତି । ସୁନା ଝିଅ ମାନେ ଇତିହାସ ରଚୁଥିବାବେଳେ ଏବେ ଜଣେ ବାପ ପାଇଁ ଅଲୋଡ଼ା ହୋଇଯାଇଛନ୍ତି, ପୁଅ ଜନ୍ମ ହେଲାନି ବୋଲି ପର କରିଦେଇଛି ସ୍ବାମୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe