କନକ ବ୍ୟୁରୋ: ପୁରୀ ବ୍ରହ୍ମଗିରି ଥାନା କୁସୁବେଣ୍ଟି ଗାଁରେ ଅଭାବନୀୟ ଘଟଣା। ଶ୍ୱଶୁର ଘରେ ସ୍ତ୍ରୀ ଓ ଦେଢ଼ ଶାଶୁର ପୁଅକୁ ହାଣିଲା ଜ୍ୱାଇଁ । ଏହା ପରେ ଗାଁଲୋକେ ଅଭିଯୁକ୍ତକୁ ଅଟକ ରଖି ନିର୍ଦ୍ଧୁମ ମାଡ଼ ମାରିଛନ୍ତି । ଅଭିଯୁକ୍ତ ହେଉଛି ଖୋର୍ଦ୍ଧା କଳାପଦର ଗାଁର ଗୁଣ୍ଡିଚା ପ୍ରଧାନ ଓରଫ କାଳୁ । ଦୀର୍ଘ ଦିନ ହେବ ଶ୍ୱଶୁର ଘରେ ଘର ଜ୍ୱାଇଁ ହୋଇ ରହିଥିଲା । ଆଜି ସକାଳୁ ପାରିବାରିକ କଳହକୁ ନେଇ ଉତ୍ୟକ୍ତ ହୋଇ ନିଜ ସ୍ତ୍ରୀ ଓ ପୁତୁରାକୁ ହାଣି ପକାଇଛି କାଳୁ। ସ୍ତ୍ରୀର ଚିତ୍କାର ଶୁଣି ଗାଁ ଲୋକେ ପହଞ୍ଚି କାଳୁକୁ ବାନ୍ଧି ପକାଇଥିଲେ । ସ୍ତ୍ରୀ ଓ ପୁତୁରାକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଅବସ୍ଥା ଗୁରୁତର ରହିଛି । ଗାଁ ଲୋକଙ୍କଠାରୁ ଖବର ପାଇ କୁସୁବେଣ୍ଟି ଗାଁ ପୋଲିସ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି।