ସ୍ୱାମୀ ଛୁରାମାଡରେ ସ୍ତ୍ରୀ ଗୁରୁତର ; ପାରିବାରିକ କଳହର କରୁଣ ପରିଣତି

ସ୍ୱାମୀ ଛୁରାମାଡ଼ରେ ସ୍ତ୍ରୀ ଗୁରୁତର  । ଆସିକା ମେଡିକାଲରେ ଚିକିତ୍ସା  । ପାରିବାରିକ କଳହକୁ ନେଇ ବିଳମ୍ବିତ ରାତିରେ ଘଟିଛି ଘଟଣା  । ସ୍ୱାମୀକୁ ଅଟକ ରଖି ଜେରା କରୁଛି ପୋଲିସ ।

21stabbed

କନକ ବ୍ୟୁରୋ: ସ୍ୱାମୀ ଛୁରାମାଡ଼ରେ ସ୍ତ୍ରୀ ଗୁରୁତର । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁରେ ସ୍ୱାମୀର  ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି ହୋଇଛି । ପାରିବାରିକ କଳହକୁ ନେଇ ଗତ କାଲି ବିଳମ୍ବିତ ରାତିରେ ଘଟିଛି ଏପରି ଘଟଣା । ଆହତ ୩୨ ବର୍ଷୀୟ ଲିଟିଲି ପାଣିଗ୍ରାହୀ ଆସିକା ମେଡିକାଲ ଚିକିତ୍ସିତ ହେଉଛନ୍ତି । ଏପଟେ ସ୍ଵାମୀଙ୍କୁ ପୋଲିସ ଥାନାରେ ଅଟକ ରଖି ଜେରା କରୁଛି। ଗତକାଲି ବିଳମ୍ବିତ ରାତିରେ ଲିଟିଲି ସହ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କଳହ ହୋଇଥିଲା । 

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏପରି ହୋଇଥିବା ପୋଲିସ ସୂଚନା ଦେଇଛି । ଶେଷରେ ସ୍ୱାମୀ ଜଣକ ଉତ୍ୟକ୍ତ ହୋଇ ଲିଟିଲି କୁ ଛୁରୀ ରେ ପେଟ ଓ ହାତକୁ ଆଘାତ କରିଥିଲେ । ଲିଟିଲିଙ୍କ ଚିତ୍କାର ଶୁଣି ପଡୋଶୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଲିଟିଲିକୁ ମେଡିକାଲ ନେଇବା ସହ ସ୍ଵାମୀକୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe