କନକ ବ୍ୟୁରୋ: ସ୍ୱାମୀ ଛୁରାମାଡ଼ରେ ସ୍ତ୍ରୀ ଗୁରୁତର । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁରେ ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି ହୋଇଛି । ପାରିବାରିକ କଳହକୁ ନେଇ ଗତ କାଲି ବିଳମ୍ବିତ ରାତିରେ ଘଟିଛି ଏପରି ଘଟଣା । ଆହତ ୩୨ ବର୍ଷୀୟ ଲିଟିଲି ପାଣିଗ୍ରାହୀ ଆସିକା ମେଡିକାଲ ଚିକିତ୍ସିତ ହେଉଛନ୍ତି । ଏପଟେ ସ୍ଵାମୀଙ୍କୁ ପୋଲିସ ଥାନାରେ ଅଟକ ରଖି ଜେରା କରୁଛି। ଗତକାଲି ବିଳମ୍ବିତ ରାତିରେ ଲିଟିଲି ସହ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କଳହ ହୋଇଥିଲା ।
ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏପରି ହୋଇଥିବା ପୋଲିସ ସୂଚନା ଦେଇଛି । ଶେଷରେ ସ୍ୱାମୀ ଜଣକ ଉତ୍ୟକ୍ତ ହୋଇ ଲିଟିଲି କୁ ଛୁରୀ ରେ ପେଟ ଓ ହାତକୁ ଆଘାତ କରିଥିଲେ । ଲିଟିଲିଙ୍କ ଚିତ୍କାର ଶୁଣି ପଡୋଶୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଲିଟିଲିକୁ ମେଡିକାଲ ନେଇବା ସହ ସ୍ଵାମୀକୁ ଅଟକ ରଖିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/14/kwlBHXipASDRzws3HWXV.jpg)