ଆମେରିକାରେ ତାଣ୍ଡବ ରଚୁଛି ବାତ୍ୟା ହେଲେନ । ୪ ଜଣଙ୍କ ମୃତ୍ୟୁ, ବିଭିନ୍ନ ସହରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

Advertisment

୧୨ଟି ଜିଲ୍ଲାର କୋଟିଏରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୬ଟି ଜିଲ୍ଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ହେଲେନର ସର୍ବାଧିକ ପ୍ରଭାବ ଫ୍ଲୋରିଡା, ଜର୍ଜିଆ, ଦକ୍ଷିଣ ଓ ଉତ୍ତର କାରୋଲିନା ରାଜ୍ୟରେ ପଡ଼ିଥିବା ଜଣାପଡ଼ିଛି । ବାତ୍ୟା ପ୍ରଭାବରେ କେବେଳ ଜର୍ଜିଆରୁ ଅତି କମ୍‌ରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ଗଭର୍ଣ୍ଣର ବ୍ରିୟାନ କେମ୍ପ ସୂଚନା ଦେଇଛନ୍ତି। ସେହିପରି ହେଲେନରେ କ୍ଷତିଗ୍ରସ୍ତ ହୋଇଥିବା ଘରଗୁଡ଼ିକରେ ଏବେ ମଧ୍ୟ ଶତାଧିକ ଫସି ରହିଥିବା ସେ କହିଛନ୍ତି ।

୧୨ଟି ଜିଲ୍ଲାର କୋଟିଏରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୬ଟି ଜିଲ୍ଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ହେଲେନର ସର୍ବାଧିକ ପ୍ରଭାବ ଫ୍ଲୋରିଡା, ଜର୍ଜିଆ, ଦକ୍ଷିଣ ଓ ଉତ୍ତର କାରୋଲିନା ରାଜ୍ୟରେ ପଡ଼ିଥିବା ଜଣାପଡ଼ିଛି । ବାତ୍ୟା ପ୍ରଭାବରେ କେବେଳ ଜର୍ଜିଆରୁ ଅତି କମ୍‌ରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ଗଭର୍ଣ୍ଣର ବ୍ରିୟାନ କେମ୍ପ ସୂଚନା ଦେଇଛନ୍ତି। ସେହିପରି ହେଲେନରେ କ୍ଷତିଗ୍ରସ୍ତ ହୋଇଥିବା ଘରଗୁଡ଼ିକରେ ଏବେ ମଧ୍ୟ ଶତାଧିକ ଫସି ରହିଥିବା ସେ କହିଛନ୍ତି ।

errgdgf

କନକ ବ୍ୟୁରୋ : ଆମରେକାରେ ବାତ୍ୟା ହେଲେନର ତାଣ୍ଡବ । ଉବୁଟୁବୁ ଫ୍ଲୋରିଡ଼ା । ଭାଙ୍ଗିଲା ଘର, ବୁଡ଼ିଗଲା ରାସ୍ତା । ୨୨୫ କିଲୋମିଟର ବେଗରରେ ପବନ ସାଙ୍ଗକୁ ବର୍ଷା ମାଡ଼ରେ ବେହାଲ ଦକ୍ଷିଣ ପୂର୍ବ ଆମେରିକା । ବାତ୍ୟା ହେଲେନରେ ମୃତ୍ୟୁ ସଂଖ୍ୟା ୪୯କୁ ବୃଦ୍ଧି ପାଇଛି । ଅନେକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ୧୨ଟି ଜିଲ୍ଲାର କୋଟିଏରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୬ଟି ଜିଲ୍ଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ହେଲେନର ସର୍ବାଧିକ ପ୍ରଭାବ ଫ୍ଲୋରିଡା, ଜର୍ଜିଆ, ଦକ୍ଷିଣ ଓ ଉତ୍ତର କାରୋଲିନା ରାଜ୍ୟରେ ପଡ଼ିଥିବା ଜଣାପଡ଼ିଛି । ବାତ୍ୟା ପ୍ରଭାବରେ କେବେଳ ଜର୍ଜିଆରୁ ଅତି କମ୍‌ରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ଗଭର୍ଣ୍ଣର ବ୍ରିୟାନ କେମ୍ପ ସୂଚନା ଦେଇଛନ୍ତି। ସେହିପରି ହେଲେନରେ କ୍ଷତିଗ୍ରସ୍ତ ହୋଇଥିବା ଘରଗୁଡ଼ିକରେ ଏବେ ମଧ୍ୟ ଶତାଧିକ ଫସି ରହିଥିବା ସେ କହିଛନ୍ତି । ବାତ୍ୟା ଫଳରେ ଉତ୍ତର କାରୋଲିନାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟ ମଧ୍ୟରେ ଜର୍ଜିଆର ଏକ ପ୍ରଦେଶରେ ଦୀର୍ଘ ସମୟ ଧରି ବିଦ୍ୟୁତ ରହିନଥିଲା । ଲୋକଙ୍କୁ ଉଦ୍ଧାର କରିବା ସହ ସ୍ଥିତି ନିୟନ୍ତ୍ରଣ ପାଇଁ ୪ ରାଜ୍ୟରେ ୧୫୦୦ରୁ ଅଧିକ କର୍ମୀ ନିୟୋଜିତ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାରକାର୍ୟ୍ୟ । ସେପଟେ ବାତ୍ୟା ଯୋଗୁଁ ବିମାନ ଚଳାଚଳ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ପ୍ରଭାବିତ ଜିଲ୍ଲାମାନଙ୍କରେ ଏକ ହଜାର ବିମାନ ଚଳାଚଳ ବାତିଲ କରିଦିଆଯାଇଛି । ୪ ହଜାରରୁ ଅଧିକ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ମଧ୍ୟ ଆମେରିକା ଏଭଳି ବାତ୍ୟାର ସମ୍ମୁଖୀନ ହୋଇଛି । ଗତ ୩୫ ବର୍ଷ ମଧ୍ୟରେ ହେଲେନକୁ ମିଶାଇ ଏଭଳି ୪ଟି ବାତ୍ୟା ଦେଖିଛନ୍ତି ଆମେରିକାବାସୀ । 

୧୯୯୫ରେ ବାତ୍ୟା ‘ଓପଲ’ ଯୋଗୁଁ ୨୭ ଜଣଙ୍କ ଜୀବନ ଯାଇଥିଲା
୨୦୦୫ରେ ବାତ୍ୟା ‘ବିଲ୍ମା’ରେ ୨୩ ଜଣଙ୍କ ମୃତ୍ୟୁ
୨୦୧୭ରେ ବାତ୍ୟା ‘ଇରମା’ ଯୋଗୁଁ ସର୍ବାଧିକ ମୃତ୍ୟୁ ହୋଇଥିଲା
ବାତ୍ୟାରେ ୧୨୪ ଜଣ ପ୍ରାଣ ହରାଇଥିଲେ
ବାତ୍ୟା ହେଲେନରେ ବର୍ତ୍ତମାନ ସୁଦ୍ଧା ୪୯ ଜଣଙ୍କ ମୃତ୍ୟୁ ସୂଚନା

ବାତ୍ୟା ହେଲେନ ହେଉଛି ମେକ୍ସିକୋ ଉପକୂଳରେ ଗତ ୧୦୦ ବର୍ଷ ମଧ୍ୟରେ ଆସିଥିବା ସବୁଠୁ ବଡ଼ ବତ୍ୟା । ବାତ୍ୟା ତାଣ୍ଡବରେ ଅନେକ ଜୀବନ ଯାଇଥିବା ବେଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଚାଲିଛି ଅପରେସନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe