କନକ ବ୍ୟୁରୋ : ବେଧଡ଼କ ଭାବେ ଚାଲିଛି ବନ୍ୟଜନ୍ତୁ ଶିକାର । ବିଭିନ୍ନ ଜନ୍ତୁ ଶିକାର ଚାଲିଥିବା ବେଳେ ଶେଷରେ ବାଘକୁ ବି ମାରି ଖାଇଗଲେ । ବାଘ ଶିକାର କରି ବାଘ ମାଂସ ଘରେ ରଖାଯାଇଥିଲା । ବନ ବିଭାଗ ଚଢାଉ ବେଳେ ବାଘ ଚମଡ଼ା ସହ ବାଘ ମାଂସ ରନ୍ଧାଯାଉଥିବା ବେଳେ ଜବତ କରାଯାଇଛି।

Advertisment

ସମ୍ବଲପୁର ରେଢ଼ାଖୋଲ ବନଖଣ୍ଡ କାଙ୍କଦରରେ ବନ ବିଭାଗ ବିଭିନ୍ନ ଘରେ ଚଢାଉ କରାଯାଇଥିଲା ବେଳେ କଲରାପତରିଆ ବାଘ ଚମଡ଼ା, ବାଘ ମାଂସ ଧରାପଡିଥିଲା । ଏହା ସହିତ ହରିଣ ଶିଙ୍ଗ, ଗୋଟିଏ ଚୋରା ଦେଶୀ ବନ୍ଧୁକ, ଭୁଜାଲି, ୫ ଗୁଳି ଆଦି ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ତେବେ ଏହି ବେଆଇନ ଚୋରା କାରବାରରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ଏନେଇ ବନ ବିଭାଗ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।