କନକ ବ୍ୟୁରୋ: ଉତ୍ତର ଓଡ଼ିଶାରେ ବନ୍ୟା ବିତ୍ପାତ । କଲବଲ କଲାଣି ବନ୍ୟା ପାଣି । ସୁବର୍ଣ୍ଣରେଖା ଓ ବୈତରଣୀ ନଦୀର ବନ୍ୟା ପାଣି ଗାଁରେ ପଶିଲାଣି । ବାଲେଶ୍ବରର ଭୋଗାରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ବରର ଶତାଧିକ ଗାଁ ଏବେ ଜଳବନ୍ଦୀ । ଯାଜପୁର ଓ ଭଦ୍ରକ ଅଞ୍ଚଳରେ ମଧ୍ୟ ସ୍ଥିତି ଭୟଙ୍କର । ଘରେ ଓ ବାହାରେ ସବୁଠି ବନ୍ୟା ପାଣି। ପାଣି ଘେରରେ ରହିଛନ୍ତି ଶତାଧିକ ଲୋକ । ଘରୁ ବାହାରକୁ ବାହାରିବା ବି ମୁସ୍କିଲ୍ ହୋଇ ପଡ଼ିଲାଣି । ଅଣ୍ଟାଏ ପାଣି ଭିତରେ ପଶି ବାହାରକୁ ଯିବାକୁ ପଡୁଛି । ଜଳଯନ୍ତ୍ରଣା ଭୋଗୁଛନ୍ତି ଲୋକ । ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ବାରମ୍ବାର ବନ୍ୟା ଲୋକଙ୍କ ଦୁଃଖ ବଢାଇ ଦେଇଛି ।

Advertisment

ସେପଟେ ଆଖୁଆପଦା ନିକଟରେ ବିପଦ ସଂକେତ ୧୮.୩୩ ଥିବା ବେଳେ ବର୍ତମାନ ୧୭.୯୭ ଉପରେ ପ୍ରଭାବିତ ହେଉଛି ବନ୍ୟା ପାଣି । ବନ୍ୟାରେ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ର ୧୫ ଟି ପଂଚାୟତ ପ୍ରଭାବିତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୭ହଜର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଦିଆ ଯାଇଥିବା ବେଳେ କେତେକ ପଂଚାୟତରେ ମେଡ଼ିସିନ ବ୍ୟବସ୍ତା ମଧ୍ୟ କରା ଯାଇଛି । ସେହିପରି ଏହି ବନ୍ୟାରେ ଏହି ଦୁଇଟି ବ୍ଲକ ରେ ହେକ୍ଟର ହେକ୍ଟର ଚାଷ ଜମି ବନ୍ୟା ପାଣି ରେ ପ୍ରଭାବିତ ହୋଇଛି । ଅନେକ ପଞ୍ଚାୟତରୁ ଜଳସ୍ତର କମିବାରେ ଲାଗିଛି ।