କନକ ବ୍ୟୁରୋ : ଘରୋଇ ହସ୍ପିଟାଲକୁ ବନ ବିଭାଗ ଓ ବିଦ୍ୟୁତ୍ ବିଭାଗର ଅହେତୁକ ଅନୁକମ୍ପା । ସଂରକ୍ଷିତ ଜଙ୍ଗଲରୁ ଶହ ଶହ ଗଛ କାଟି କରାଯାଇଛି ରାସ୍ତା । ହାତୀଙ୍କ ଚଲାପଥରେ ବିଦ୍ୟୁତ୍ ଖୁଣ୍ଟ ପକାଇ ଟଣାଯାଇଛି ୧୧ କେଭି ତାର । ବଡ଼ କଥା ହେଲା ,ବନ ବିଭାଗର ବିନା ଅନୁମତିରେ ହୋଇଛି ବିଦ୍ୟୁତ୍ ସଂଯୋଗ । ତେବେ ଖବର ପାଇବା ପରେ ବିଦ୍ୟୁତ୍ ବିଭାଗକୁ କୈଫିୟତ୍ ମାଗିଛନ୍ତି ଜଙ୍ଗଲ ଅଧିକାରୀ ।
ବାରିପଦା ବନଖଣ୍ଡ ଟସରଡ଼ା ମୌଜାରେ ଅଛି ସଂରକ୍ଷିତ ଜଙ୍ଗଲ । ଏକ ଘରୋଇ ହସ୍ପିଟାଲକୁ ଅନୁକମ୍ପା ଦେଖାଇ ରାତାରାତି କଟର ମେସିନ୍ ଦ୍ବାରା କଟାଯାଇଛି ଅନେକ ମୂଲ୍ୟବାନ ଗଛ । ଆଉ ଜଙ୍ଗଲ ମଝିରେ ମନରେଗା ଯୋଜନାରେ ନିର୍ମାଣ ହେବାକୁ ଯାଉଛି ରାସ୍ତା । ଜଙ୍ଗଲରୁ ମୂଲ୍ୟବାନ ଗଛ କଟାଯାଇଥିବା ସ୍ଥାନୀୟ ଗ୍ରାମବାସୀ ଦେଖିବା ପରେ ତୀବ୍ର ବିରୋଧ କରିଛନ୍ତି । ବନ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି ।
ଖାଲି ଜଙ୍ଗଲ ପଦା କରି ରାସ୍ତା ହେଉନି, ବରଂ ହାତୀଙ୍କ ଚଲାପଥରେ ଖୁଣ୍ଟ ପୋତାଯାଇ ବିଦ୍ୟୁତ୍ ସଂଯୋଗ ହୋଇଛି । ଯାହା ହାତୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜଙ୍ଗଲ ଅଧିକାରୀଙ୍କ ବିନା ଅନୁମତିରେ ୧୧ କେଭି ବିଦ୍ୟୁତ୍ ସଂଯୋଗ ହୋଇଛି । ଯାହାକୁ ନେଇ ବିଦ୍ୟୁତ୍ ବିଭାଗକୁ ଚିଠି କରିଛି ବନ ବିଭାଗ । ପ୍ରଶ୍ନ ଉଠୁଛି, ଜଙ୍ଗଲରୁ ଶହଶହ ଗଛ କଟାଗଲା, ହେଲେ ଜଙ୍ଗଲ ବିଭାଗ ଜାଣିପାରିଲାନି କେମିତି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/23/20-2025-09-23-17-46-53.jpg)