କନକ ବ୍ୟୁରୋ : ୧୧ ଦଫା ଦାବୀ ନେଇ ପାଟଣାଗଡ଼ ଡି.ଏଫ.ଓଙ୍କ ଅଫିସ ଘେରିଲେ କେନ୍ଦୁପତ୍ର ତୋଳାଳି ସିଜିନାଲ କର୍ମଚାରୀ ସଂଘ ।  ବଲାଙ୍ଗୀର ଜିଲ୍ଲା ପାଟଣାଗଡ କେନ୍ଦୁପତ୍ର ଡିଭିଜନ ସଂଘ ପକ୍ଷରୁ ଏହି ଘେରାଉ କରାଯାଇଛି ।  କେନ୍ଦୁପତ୍ର ରାଜ୍ୟ ସମ୍ପାଦକ ଶିବାନନ୍ଦ ପରିଛାଙ୍କ  ନେତୃତ୍ୱରେ ଶହଶହ କର୍ମଚାରୀ ବିଶାଳ ଶୋଭାଯାତ୍ରାରେ ବାହାରି ପାଟଣାଗଡ ଡି.ଏଫ.ଓଙ୍କ ଅଫିସରେ ପହଞ୍ଚିଥିଲେ ।

Advertisment

ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା । ତେବେ ପୂର୍ବରୁ ସଂଘ ପକ୍ଷରୁ କରାଯାଇଥିବା ଅନେକ ଦାବି ପୂରଣ କରାଯାଇନାହିଁ। ତେଣୁ ଏଥର ଦାବି ପୂରଣ ନହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ନେଇ ଚେତାବନୀ ଦେଇଛନ୍ତି ସଂଘର ରାଜ୍ୟ ସମ୍ପାଦକ ।