କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ରାସନକାର୍ଡ ଧାରୀଙ୍କୁ ପୂର୍ବତନ ବିଜେଡି ସରକାର ୨ଟି ଲେଖାଏଁ ଝୋଟ ବ୍ୟାଗ ବାଣ୍ଟିଥିଲେ। ବ୍ୟାଗ ବଣ୍ଟାରେ ୨୪୭ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ଏହି ବ୍ୟାଗ ବଣ୍ଟାରେ ବଡ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ଗ୍ରାଉଣ୍ଡଜିରୋରେ ସତ ଖୋଜିଛି କନକ ନ୍ୟୁଜ୍।

  • ବ୍ଲକ କାର୍ଯ୍ୟାଳୟରେ ପଡିଛି ବ୍ୟାଗ୍
  • କୁଆଡେ ଗଲା ବଣ୍ଟାଯିବାକୁ ଆସିଥିବା ଟଙ୍କା? 

ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ସରକାର ଲୋକଙ୍କୁ ବାଣ୍ଟିବାକୁ ଦେଇଥିବା ବ୍ୟାଗ୍ ଥାକ ଥାକ ହୋଇ ରଖାଯାଇଛି। ଦେଖିଲେ ସ୍ପଷ୍ଟ ହେଉଛି ବ୍ୟାଗ ଗୁଡିକ, ଯେମିତି ଆସିଥିଲା ସେମିତି ରହିଛି। ରହି ରହି ନଷ୍ଟ ହେବାକୁ ବସିଲାଣି।

ସୂଚନା ଅନୁସାରେ ସୋର ବ୍ଲକକୁ ପ୍ରାୟ ୪୧ ହଜାର ୮୪୮ଟି ଲେଖାଏଁ ୧୦ କେଜିଆ ଓ ୨୦ କେଜିଆ ବ୍ୟାଗ ଆସିଥିଲା। ହେଲେ, ସେଥିରୁ ପ୍ରାୟ ଅଢ଼େଇ ହଜାର ବ୍ୟାଗ ବଣ୍ଟା ନହେଇ ପଡି ରହିଛି। ଯାହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ସୋରର ବ୍ଲକ କାର୍ଯ୍ୟାଳୟରୁ ବ୍ୟାଗ ମିଳିବା ପରେ ରାସନକାର୍ଡ ପିଛା ହଜାରେ ଟଙ୍କା ଲେଖାଏଁ ବଣ୍ଟାଯିବାକୁ ଆସିଥିବା ଟଙ୍କା କୁଆଡେ ଗଲା? ସେ ନେଇ ପ୍ରଶ୍ନ ଉଠିଛି...