jelly Fish Photograph: (KanakNews)
କନକ ବ୍ୟୁରୋ : ଅସ୍ତରଙ୍ଗ ସମୁଦ୍ରରେ ଭାସୁଛନ୍ତି ଶହ ଶହ ସଂଖ୍ୟାରେ ମୃତ ଜେଲି ଫିସ୍ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ସମୁଦ୍ର ପାଣି ଗୋଳିଆ ଦେଖାଯାଉଥିବା ବେଳେ ଜେଲିଫିସ୍ ଗୁଡ଼ିକ ମରି ସମୁଦ୍ର କୂଳରେ ଲାଗିଛନ୍ତି । କେଳୁଣୀ ମୁହାଣଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳରେ ଜେଲି ଫିସ୍ ଗୁଡ଼ିକ ଦେଖିବାକୁ ମିଳିଛି । ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ଲାଇଫ ଗାର୍ଡ଼ମାନେ ସମୁଦ୍ରକୁ ନଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରୁଛନ୍ତି । ଏବେ ସୁଦ୍ଧା ମୌସୁମୀ ଅଗ୍ରସରଠାରୁ ଆରମ୍ଭ କରି ୧୬ଟି ଲଘୁଚାପ ଓଡ଼ିଶାକୁ ପ୍ରଭାବିତ କରିଥିବା ସୂଚନା ମିଳିଛି । ସେପଟେ ଓଡ଼ିଶା ଉପକୂଳ ଅତିକ୍ରମ କରିଥିବା ଗଭୀର ଅବପାତ କ୍ରମଶଃ ଦୁର୍ବଳ ହୋଇ ଅବପାତକୁ ବଦଳିଛି ।
Follow Us