କନକ ବ୍ୟୁରୋ : ଅସ୍ତରଙ୍ଗ ସମୁଦ୍ରରେ ଭାସୁଛନ୍ତି ଶହ ଶହ ସଂଖ୍ୟାରେ ମୃତ ଜେଲି ଫିସ୍ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ସମୁଦ୍ର ପାଣି ଗୋଳିଆ ଦେଖାଯାଉଥିବା ବେଳେ ଜେଲିଫିସ୍ ଗୁଡ଼ିକ ମରି ସମୁଦ୍ର କୂଳରେ ଲାଗିଛନ୍ତି । କେଳୁଣୀ ମୁହାଣଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳରେ ଜେଲି ଫିସ୍ ଗୁଡ଼ିକ ଦେଖିବାକୁ ମିଳିଛି । ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ଲାଇଫ ଗାର୍ଡ଼ମାନେ ସମୁଦ୍ରକୁ ନଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରୁଛନ୍ତି । ଏବେ ସୁଦ୍ଧା ମୌସୁମୀ ଅଗ୍ରସରଠାରୁ ଆରମ୍ଭ କରି ୧୬ଟି ଲଘୁଚାପ ଓଡ଼ିଶାକୁ ପ୍ରଭାବିତ କରିଥିବା ସୂଚନା ମିଳିଛି । ସେପଟେ ଓଡ଼ିଶା ଉପକୂଳ ଅତିକ୍ରମ କରିଥିବା ଗଭୀର ଅବପାତ କ୍ରମଶଃ ଦୁର୍ବଳ ହୋଇ ଅବପାତକୁ ବଦଳିଛି ।
ଅସ୍ତରଙ୍ଗ ସମୁଦ୍ରରେ ଭାସୁଛନ୍ତି ଶହ ଶହ ମୃତ ଜେଲି ଫିସ୍ : ସୁରକ୍ଷା ଦୃଷ୍ଟିରୁ ସମୁଦ୍ରକୁ ନଯିବାକୁ ପର୍ଯ୍ୟଟକଙ୍କୁ ବାରଣ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ସମୁଦ୍ର ପାଣି ଗୋଳିଆ ଦେଖାଯାଉଥିବା ବେଳେ ଜେଲିଫିସ୍ ଗୁଡ଼ିକ ମରି ସମୁଦ୍ର କୂଳରେ ଲାଗିଛନ୍ତି ।
/kanak/media/media_files/2025/10/04/jelly-fish-2025-10-04-09-09-16.jpg)