କନକ ବ୍ୟୁରୋ :  ପଥର କ୍ଵାରି ବନ୍ଦ କରିବା ପାଇଁ କ୍ରସର ଆଗରେ ଗ୍ରାମବାସୀଙ୍କ ଧାରଣା। ତିନି ଦିନ ହେଲା ପଥର ଖଣି ଆଗରେ ଧାରଣାରେ ବସିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଝରପୋଖରୀ ଗାଁର ଶତାଧିକ ମହିଳା ଓ ପୁରୁଷ । ଝରପୋଖରୀ ଗାଁ ନିକଟ ସାଇ ଷ୍ଟୋନ କ୍ରସର ଆଗରେ ମହିଳା ଓ ପୁରୁଷ ଧାରଣାରେ ବସିଛନ୍ତି । ଖବର ପାଇ ସ୍ଥାନୀୟ ତହସିଲଦାର, ଖଣି ଅଧିକାରୀ ଧାରଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ଲୋକେ ନିଜ ଜିଦରେ ଅଟଳ ରହିଛନ୍ତି। କ୍ରସରରେ ପଥର ବ୍ଲାଷ୍ଟ କରାଯାଉଥିବାରୁ ଗାଁର ଘର ଗୁଡିକ ଫାଟିଗଲାଣି, ଭାରିଯାନ ଯୋଗୁଁ ରାସ୍ତା ଖରାପ ହେଉଛି । ପିଲାଙ୍କ ପାଠପଢା ବ୍ୟାହତ ହେଉଛି । ଏନେଇ ବାରମ୍ୱାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ  ନିଆଗଲା ନାହିଁ । ତେଣୁ ଅଭିନବ ଢଙ୍ଗରେ ନିଜ ଦାବି ପ୍ରଶାସନ ପାଖରେ ପହଞ୍ଚାଇବାକୁ ଗ୍ରାମବାସୀ ପଥର କୁଆଁରି ଆଗରେ ଧାରଣାରେ ବସିଛନ୍ତି ଗ୍ରାମବାସୀ। 

Advertisment