ହାରିଗଲା ମଣିଷପଣିଆ: ରୋଗୀଙ୍କୁ ବି ଛାଡ଼ିଲେନି ଲୁଟେରା

ଚିକିତ୍ସା ପାଇଁ ଆଣିଥିବା ଅର୍ଥକୁ ଲୁଟିନେଇଛନ୍ତି ଲୁଟେରା । ଖାଦ୍ୟରେ ନିଶା ଦେଇ ପ୍ରଥମେ ଅପହରଣ କଲେ । ପରେ ଚିକିତ୍ସା ପାଇଁ ପାଖରେ ଥିବା ୪୦ହଜାର ଟଙ୍କାକୁ ଲୁଟେରା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

20

Photograph: (kanak news)

କନକ ବ୍ୟୁରୋ: ହାରିଗଲା ମଣିଷପଣିଆ । ରୋଗୀଙ୍କୁ ବି ଛାଡ଼ିଲେନି ଲୁଟେରା । ଚିକିତ୍ସା ପାଇଁ ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲକୁ ଆସିଥିବା ବ୍ୟକ୍ତି ଲୁଟର ଶିକାର ହୋଇଛନ୍ତି । ଚିକିତ୍ସା ପାଇଁ ଆଣିଥିବା ଅର୍ଥକୁ ଲୁଟିନେଇଛନ୍ତି ଲୁଟେରା । ଖାଦ୍ୟରେ ନିଶା ଦେଇ ପ୍ରଥମେ ଅପହରଣ କଲେ । ପରେ ଚିକିତ୍ସା ପାଇଁ ପାଖରେ ଥିବା ୪୦ହଜାର ଟଙ୍କାକୁ ଲୁଟେରା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଇନ୍‌ଫୋସିଟି ଥାନାର ପ୍ରୟାସରେ ସମ୍ପର୍କୀୟଙ୍କୁ ଉଦ୍ଧାର କରାଯାଇଛି । କିନ୍ତୁ ନେଇଯାଇଥିବା ୪୦ ହଜାର ଟଙ୍କା ଫେରିପାରିନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe