କନକ ବ୍ୟୁରୋ: ହାରିଗଲା ମଣିଷପଣିଆ । ରୋଗୀଙ୍କୁ ବି ଛାଡ଼ିଲେନି ଲୁଟେରା । ଚିକିତ୍ସା ପାଇଁ ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲକୁ ଆସିଥିବା ବ୍ୟକ୍ତି ଲୁଟର ଶିକାର ହୋଇଛନ୍ତି । ଚିକିତ୍ସା ପାଇଁ ଆଣିଥିବା ଅର୍ଥକୁ ଲୁଟିନେଇଛନ୍ତି ଲୁଟେରା । ଖାଦ୍ୟରେ ନିଶା ଦେଇ ପ୍ରଥମେ ଅପହରଣ କଲେ । ପରେ ଚିକିତ୍ସା ପାଇଁ ପାଖରେ ଥିବା ୪୦ହଜାର ଟଙ୍କାକୁ ଲୁଟେରା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଇନ୍ଫୋସିଟି ଥାନାର ପ୍ରୟାସରେ ସମ୍ପର୍କୀୟଙ୍କୁ ଉଦ୍ଧାର କରାଯାଇଛି । କିନ୍ତୁ ନେଇଯାଇଥିବା ୪୦ ହଜାର ଟଙ୍କା ଫେରିପାରିନି ।
ହାରିଗଲା ମଣିଷପଣିଆ: ରୋଗୀଙ୍କୁ ବି ଛାଡ଼ିଲେନି ଲୁଟେରା
ଚିକିତ୍ସା ପାଇଁ ଆଣିଥିବା ଅର୍ଥକୁ ଲୁଟିନେଇଛନ୍ତି ଲୁଟେରା । ଖାଦ୍ୟରେ ନିଶା ଦେଇ ପ୍ରଥମେ ଅପହରଣ କଲେ । ପରେ ଚିକିତ୍ସା ପାଇଁ ପାଖରେ ଥିବା ୪୦ହଜାର ଟଙ୍କାକୁ ଲୁଟେରା ଲୁଟି ନେଇଥିବା ଅଭିଯୋଗ ହୋଇଛି ।
/kanak/media/media_files/2025/09/02/20-2025-09-02-17-34-41.jpg)