ହଜିଗଲା ମଣିଷପଣିଆ : ସ୍କୁଲରେ ପରିସ୍ରା ଓ ବାନ୍ତି କରିବାରୁ ଦିବ୍ୟାଙ୍ଗ ଯୁବତୀଙ୍କୁ ମାଡ ମାରିଲେ ଛାତ୍ରଛାତ୍ରୀ

ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିବାରୁ ଦିବ୍ୟାଙ୍ଗ ଯୁବତୀଙ୍କୁ ନିର୍ଘାତ ମାଡ଼। ଉଦଳା ଭୀମତାଳି ହାଇସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସ୍କୁଲକୁ ଭୁଲରେ ଚାଲି ଆସିଥିବା ଦିବ୍ୟାଙ୍ଗ ଯୁବତୀକୁ ନିର୍ଧୁମ ମାଡ଼ ମାରିଥିଲେ ଛାତ୍ରଛାତ୍ରୀ ।

handicraft

handicraft Photograph: (kanakNews)

କନକବ୍ୟୁରୋ : ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିବାରୁ ଦିବ୍ୟାଙ୍ଗ ଯୁବତୀଙ୍କୁ ନିର୍ଘାତ ମାଡ଼। ଉଦଳା ଭୀମତାଳି ହାଇସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସ୍କୁଲକୁ ଭୁଲରେ ଚାଲି ଆସିଥିବା ଦିବ୍ୟାଙ୍ଗ ଯୁବତୀକୁ ନିର୍ଧୁମ ମାଡ଼ ମାରିଥିଲେ ଛାତ୍ରଛାତ୍ରୀ ।  ସୂଚନା ଅନୁସାରେ ଉଦଳା ଥାନା ମଦନାପାଳ ଗାଁର ଜଣେ ଦିବ୍ୟାଙ୍ଗ ଯୁବତୀ ନିକଟରେ ଥିବା ଭୀମତାଳି ହାଇସ୍କୁଲ ଚାଲିଯାଇଥିଲେ। ଆଉ ସ୍କୁଲ ପରିସରରେ ପରିସ୍ରା କରିବା ସହ ବାନ୍ତି କରିଥିଲେ । ଆଉ ଏହାକୁ ଦେଖି ସ୍କୁଲର ଜଣେ ଛାତ୍ର ଦିବ୍ୟାଙ୍ଗ ଯୁବତୀଙ୍କୁ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲେ। ମାନସିକ ବିକାରଗ୍ରସ୍ତ ଯୁବତୀକୁ ଏଭଳି ମାଡ଼ ମାରିବା ନେଇ ପରିବାର ଲୋକେ କ୍ଷୁବ୍ଧ ହେବା ସହ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe