କନକବ୍ୟୁରୋ : ଡିଜେ ପାଇଁ ଅଟକିଲା ଆମ୍ଭୁଲାନ୍ସ । ପାଂଚ ମିନିଟ କି ଦଶ ମିନିଟ ନୁହେଁ, ଘଂଟା ଘଂଟା ଧରି ଅଟକି ରହିଲା ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ଭୁଲାନ୍ସ । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ବାରଙ୍ଗ କାର୍ତିକେଶ୍ବର ଭସାଣି ମହୋତ୍ସବରେ ।  ରାସ୍ତା ଉପରେ ଅଟକି ରହିଛି ହଜାର ହଜାର ଗାଡ଼ି। ଅନ୍ୟପଟେ ସବୁ କଟକଣାକୁ ବେଖାତିର କରି ଡିଜେ ତାଳରେ ନାଚୁଛନ୍ତି ପୂଜା କମିଟିର ସଦସ୍ୟ ଓ ସ୍ଥାନୀୟ ଯୁବକ। ରାସ୍ତାରେ ଯାଉଥିବା ସମସ୍ତ ଗାଡ଼ି ବହୁତ ସମୟ ଧରି ଅଟକି ରହିଥିଲା। ଏପରିକି ଆମ୍ବୁଲାନସକୁ ମଧ୍ୟ ବାଟ ଛାଡିନଥିଲା ଏହି ଭିଡ଼  

Advertisment