Photograph: (kanaknews)
କନକବ୍ୟୁରୋ : ଜମି ଜମା ବିବାଦର କରୁଣ ପରିସ୍ଥିତି, ଗୃହବନ୍ଦୀ ପରିବାର । ମାନବିକତା ଭୁଲି ଯାଉଛି ମଣିଷ । ତିନି ଦିନ ଗୃହବନ୍ଦୀ ହୋଇ ରହିଲେ ଶଯ୍ୟାଶାୟୀ ବୃଦ୍ଧ ଓ ତାଙ୍କ ପରିବାର । ଖବର ପଦକ୍ଷେପ ନେଲା ଜିଲ୍ଲା ପ୍ରଶାସନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ସହଦେବ ଖୁଣ୍ଟାରେ । ପଡ଼ୋଶୀ ପାଚେରୀ ଉଠାଇ ଦେବାରୁ ତିନି ଦିନ ହେଲା ଗୃହବନ୍ଦୀ ହୋଇ ରହିଥିଲେ କୁସିଆ ବାରିକଙ୍କ ପରିବାର ।
ଅଧିକ ପଢନ୍ତୁ.... ଖୋର୍ଦ୍ଧାରେ ସାଙ୍ଘାତିକ ଛାତ୍ରବୃତ୍ତି କେଳେଙ୍କାରୀ : ଜାଲ ସାର୍ଟିଫିକେଟ ଦେଇ ଟଙ୍କା ହଡପ
ଏହାରି ଭିତରେ ଶଯ୍ୟାଶାୟୀ କୁଷିଆ ବାରିକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଥିଲା । ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗ୍ନିଶମ ଦଳ ଉଦ୍ଧାର ପାଇଁ ଆସିଥିବା ବେଳେ ଡ଼ାକ୍ତରୀ ଦଳ ପହଞ୍ଚି ଶ୍ରୀ ବାରିକଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍ କରିଥିଲେ । ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଅଗ୍ନିଶମ କର୍ମଚାରୀ ଷ୍ଟ୍ରେଚରରେ ପାଚେରୀ ଉପର ଦେଇ ଆଣି ଆମ୍ବୁଲାନ୍ସ ସହାୟତାରେ ମେଡ଼ିକାଲକୁ ପଠାଇଥିଲେ। ଅନ୍ୟପଟେ ପୋଲିସ ମଧ୍ୟ ପହଞ୍ଚିଥିଲା । ଜଣେ ପୁଲିସ୍ ପରିବାର ସୁରକ୍ଷା ପାଇଁ ମୁତୟନ ରହିଛନ୍ତି ।
ପରିବାର ସଦସ୍ୟଙ୍କୁ ଖାଦ୍ୟ ଦିଆଯାଇଛି ପ୍ରଶାସନ ତରଫରୁ । ବ୍ରଜେଶ୍ୱର୍ ମନ୍ଦିର ନିକଟରେ ପୁରୁଣା ଭଙ୍ଗା ମାଟିଘରେ ରୁହନ୍ତି ୮୫ ବର୍ଷୀୟ କୁସିଆ ବାରିକ୍ । ଦୀର୍ଘ ବର୍ଷ ହେବ ଏହି ଜାଗାରେ ରହି ଆସୁଛନ୍ତି । ସମସ୍ୟା ହେଲା ଯେଉଁ ଜାଗାରେ ସେ ରହୁଛନ୍ତି ରେକର୍ଡ଼ ଅନୁସାରେ ଜାଗାକୁ ରାସ୍ତା ନାହିଁ । ଫଳର ଦୀର୍ଘ ବର୍ଷ ହେବ ତାଙ୍କ ଘର ଆଗରେ ଥିବା ବେଜ୍ ପରିବାର ଜମି ଦେଇ ଯିବା ଆସିବା କରୁଥିଲେ। ପାଦଚଲା ରାସ୍ତା ଖଣ୍ଡେ ପାଇଁ ମାମଲା କୋର୍ଟକୁ ଯାଇଥିଲା । କୁଶିଆ ବାରିକଙ୍କ ସମ୍ବଳ ନ ଥିବାରୁ କେସ ଲଢ଼ିପାରିଲେ ନାହିଁ । ଫଳର ବେଜ ପରିବାର କେସ ଜିତିବା ପରେ ପାଦଚଲା ରାସ୍ତାକୁ ସମ୍ପୂର୍ଣ ବନ୍ଦ କରି କଂକ୍ରିଟ ପାଚେରି କରିଦେଲେ । ଫଳରେ ତିନି ଦିନ ଶଯ୍ୟାଶାୟୀ କୁଷିଆ ବାରିକ୍ ଓ ପିଲାମାନେ ଗୃହବନ୍ଦୀ ହୋଇ ରହିଥିଲେ । ସ୍ଥାନୀୟ ଲୋକେ ଘଟଣାକୁ ନିନ୍ଦା କରିଛନ୍ତି ।
Follow Us