କନକ ବ୍ୟୁରୋ : ଜଙ୍ଗଲରୁ ମିଳିଲା ମହିଳାଙ୍କ କଙ୍କାଳ । ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ହୀରାପୁର ପଞ୍ଚାୟତ ହୀରାପୁର ଗାଁ ବୁନ୍ଦା କେନ୍ଦୁ ଜଙ୍ଗଲ ଭିତରେ ଜଣେ ମହିଳାଙ୍କ କଙ୍କାଳ ଦେଖିବାକୁ ମଳିଛି । ମୃତଦେହ ର ମୁଣ୍ଡ ରୁ ଅଣ୍ଟା ଯାଏ କଙ୍କାଳ ଦେଖା ଯାଉଥିବାବେଳେ ଅଣ୍ଟାରୁ ତଳ ଭାଗ କୌଣସି ଜଙ୍ଗଲୀ ଯାନ୍ତୁ ଖାଇ ଯାଇଥିବା ସନ୍ଦେହ କରାଯାଉଛି । କଙ୍କାଳରେ ଥିବା ବାମ ହାତରେ ନୀଳ ରଙ୍ଗ ର ଦୁଇଟି ଚୁଡି ରହିଥିବାରୁ ଏହା ଜଣେ ମହିଳାଙ୍କ କଙ୍କାଳ ବୋଲି ଜଣାପଡୁଛି ।
କଙ୍କାଳ ନିକଟରେ କିଛି ପୋଡିଥିବା ଦେଖିବାକୁ ମିଳିଛି । ଏଥିରେ ଗୋଟିଏ ମୋବଇଲ ଚାର୍ଜର ଥିବା ଅନୁମାନ କରାଯାଉଛି । ତେବେ ଏ ଅଂଚଳରେ କୌଣସି ମହିଳା ନିଖୋଜ ନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ମହିଳା ଙ୍କ କଙ୍କାଳ ଜଙ୍ଗଲ ମଧ୍ୟକୁ କେମିତି ଆସିଲା, ମହିଳାଙ୍କୁ କିଏ ହତ୍ୟା କରିଛି ନା ଦୁଷ୍କର୍ମ ପରେ ତଦନ୍ତ ପରେ ଜଣାପଡିବ ବୋଲି କହିଛି ଉମରକୋଟ ପୋଲିସ ।