ବାରହା ଜାଲରେ ଗଲା ମଣିଷ ଜୀବନ ; ତଦନ୍ତ କରୁଛି ପୋଲିସ ଓ ବନ ବିଭାଗ

Advertisment

ବାରହା ଫାଶରେ ପଡି ଯୁବକ ମୃତ । କାମାକ୍ଷାନଗର ଥାନା ବାଉଁଶପାଳ ଗ୍ରାମ ନିକଟରେ ବାରହା ପାଇଁ ବସାଯାଇଥିବା ଫାଶରେ ପଡି ଜଣେ ଯୁବକଙ୍କ ଜୀବନ ଯାଇଛି । ମୃତ ଯୁବକ ଜଣକ କଙ୍କିଳି ଗ୍ରାମର ମୁଣ୍ଡାସାହିର ସନ୍ତୋଷ ପଧାନ ଗତକାଲି ସଂନ୍ଧ୍ୟାରେ ସନ୍ତୋଷ ପରିବାର ସହ ନିଜ ଶଶୁର ଘରୁ ନିଜ ଘର କଙ୍କିଳି ଗାଁକୁ ଯାଉଥିଲେ ।

29barha

କନକ ବ୍ୟୁରୋ : ବାରହା ଫାଶରେ ପଡି ଯୁବକ ମୃତ । କାମାକ୍ଷାନଗର ଥାନା ବାଉଁଶପାଳ ଗ୍ରାମ ନିକଟରେ ବାରହା ପାଇଁ ବସାଯାଇଥିବା ଫାଶରେ ପଡି ଜଣେ ଯୁବକଙ୍କ ଜୀବନ ଯାଇଛି । ମୃତ ଯୁବକ ଜଣକ କଙ୍କିଳି ଗ୍ରାମର ମୁଣ୍ଡାସାହିର ସନ୍ତୋଷ ପଧାନ ଗତକାଲି ସଂନ୍ଧ୍ୟାରେ ସନ୍ତୋଷ ପରିବାର ସହ ନିଜ ଶଶୁର ଘରୁ ନିଜ ଘର କଙ୍କିଳି ଗାଁକୁ ଯାଉଥିଲେ । ଏହି ସମୟରେ ବାଉଁଶପାଳ ଗାଁ ନିକଟରେ ବିଲରେ ପଡ଼ିଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ ସନ୍ତୋଷ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବନବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୪ କିଲୋମିଟର ଦୂରରେ ଏଭଳି ଅଘଟଣ ଘଟିଛି । ମୃତ ଶରିରକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି ।

ବାଉଁଶପାଳ ଗ୍ରାମ ନିକଟରେ ଅବାଧ ବାରହା ଶିକାର କରିବା ପାଇଁ ବିଦ୍ୟୁତ ତାର ବିଛାଯାଉଥିବା ବେଳେ ଅନେକ ସମୟରେ ବିଦ୍ୟୁତ ଆଘାତରେ ବନ୍ୟଜନ୍ତୁ ଓ ମଣିଷଙ୍କ ମୃତ୍ୟୁ ହେଉଛି । ବାରହା ଶିକାର କରାଯାଉଥିବା ବେଳେ ବନ ବିଭାଗ ଚୁପ ବସିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe