ମଣିଷ-ହାତୀ ଲଢ଼େଇ : କେଉଁଠି ହାତୀ ଘରେ ପଶି ଭାଙ୍ଗୁଛି ତ କେଉଁଠି ହାତୀ ବନ୍ଦ ପାଳନ ; ଅଘଟଣ ପାଇଁ ଦାୟୀ କିଏ ?

କେଉଁଠି ହାତୀ କାହା ଘରେ ପଶି ଭଙ୍ଗାରୁଜା କଲାଣି ତ ଆଉ କେଉଁଠି ହାତୀ ପାଇଁ ଲୋକେ ବନ୍ଦ ପାଳନ କଲେଣି। ଅନେକ ସମୟରେ ହାତୀ-ମଣିଷ ଲଢ଼େଇ ହେଉଛି । କେବେ ହାତୀ ପୁଣି କେବେ ମଣିଷ ଜୀବନ ଯାଉଛି ।

Elephant

Elephant Photograph: (KanakNews)

କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ୁଛି । କେଉଁଠି ହାତୀ କାହା ଘରେ ପଶି ଭଙ୍ଗାରୁଜା କଲାଣି ତ ଆଉ କେଉଁଠି ହାତୀ ପାଇଁ ଲୋକେ ବନ୍ଦ ପାଳନ କଲେଣି। ଅନେକ ସମୟରେ ହାତୀ-ମଣିଷ ଲଢ଼େଇ ହେଉଛି । କେବେ ହାତୀ ପୁଣି କେବେ ମଣିଷ ଜୀବନ ଯାଉଛି । ଯାହାକୁ ନେଇ ବନବିଭାଗର ଚିନ୍ତା ବଢ଼ିଛି । ହେଲେ ଏଥିପାଇଁ ପ୍ରକୃତ ଦାୟୀ କିଏ ? କାରଣ ଖୋଜିଲେ ମଣିଷ ନିଜକୁ ପାଇବ । ଜଙ୍ଗଲ ଧ୍ୱଂସର ଏହା କୁପରିଣତି ବୋଲି ମାନିବାକୁ ପଡ଼ିବ । 

ସୁନ୍ଦରଗଡ଼ : ଡୁଡୁକା ଫରେଷ୍ଟ ରେଞ୍ଜ ରତନସରା ଅଞ୍ଚଳ ହାତୀ ଆତଙ୍କ । ଏକ ଦନ୍ତା ହାତୀ ଗାଁ ଦାଣ୍ଡ ଏବଂ ସଡ଼କରେ ବୁଲୁଥିବା ଦେଖି ଲୋକେ ଆତଙ୍କିତ। କୌଣସି କ୍ଷୟକ୍ଷତି ନେଇ ସୂଚନା ନାହିଁ । ହାତୀକୁ ସ୍ଥାନାନ୍ତର ସହ ଅଞ୍ଚଳବାସୀଙ୍କ ସୁରକ୍ଷା ନିମନ୍ତେ ୪ ଦଫା ଦାବୀ ନେଇ ଆଜି ୨୦ ଖଣ୍ଡ ଗାଁର ହଜାର ହଜାର ଲୋକ ଏକାଠି ହୋଇ ଘୁ.ଉଦୟଗିରିକୁ ୧୨ ଘଣ୍ଟିଆ ବନ୍ଦ ଡକରା ଦେଇଛନ୍ତି । ହଜାର ହଜାର ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରା କରି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର, ବିଡ଼ିଓ ଓ ରେଞ୍ଜରଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।

ବାଲିଗୁଡା – ବ୍ରହ୍ମପୁର ଓ ଫୁଲବାଣୀ – ବ୍ରହ୍ମପୁର ରାଞ୍ଚି ବିଜୟୱାଡା କରିଡର ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି । ଦନ୍ତା ହାତୀ ଆକ୍ରମଣ ନିୟମିତ ଭାବରେ ଚାଲିଥିବା ଓ ତିନି ମାସ ମଧ୍ୟରେ ୩ ଜଣ ମଣିଷକୁ ଦଳି ମାରିବା ସାଙ୍ଗକୁ ୮ ଟି ଗାଈର ଜୀବନ ନେବାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନେକ ଧନ ଜୀବନ ନଷ୍ଟ ହେବା ପରେ ମଧ୍ୟ ପ୍ରଶାସନ ନୀରବ ରହିଥ‌ିବା ଅଭିଯୋଗକୁ ନେଇ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଚାରି ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ପ୍ରମୁଖ ଦାବି ମଧ୍ୟରେ ଧନ ଜୀବନ ନଷ୍ଟ କରୁଥିବା ହିଂସ୍ର ଦନ୍ତା ହାତୀକୁ ତୁରନ୍ତ ସ୍ଥାନାନ୍ତର, ହାତୀ ଉପଦ୍ରବ ସମସ୍ତ ଗ୍ରାମରେ ସୋଲାର ଲାଇଟ ବ୍ୟବସ୍ଥା, ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତି ପୂରଣ ପ୍ରଦାନ ଆଦି ରହିଛି ଓ କନ୍ଧମାଳ ଜିଲ୍ଲାରେ ତୁରନ୍ତ ସ୍ଥାୟୀ “ରକ୍ଷକ ଦଳ’ ନିୟୋଜିତ କରିବାକୁ ମଧ୍ୟ ଦାବି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe