କନକବ୍ୟୁରୋ : ମଣିଷ ଓ ଜନ୍ତୁ ଭିତରେ ଚାଲିଛି ଲଢ଼େଇ। କେଉଁଠି ଘରେ ପଶୁଛି, କେଉଁଠି ଆତଙ୍କ ଖେଳାଉଛି । ଗଛ ଛାଡ଼ି ଘରେ ପଶିଲାଣି ମାଙ୍କଡ଼ । କେଉଁଠି ଗାଁ ପୋଖରୀରେ କୁମ୍ଭୀର ଭୟ ବଢ଼ାଇଲାଣି ତ ଆଉ କେଉଁଠି ଆତଙ୍କ ଖେଳାଉଛନ୍ତି ହାତୀପଲ । ଗତ ଅଧ୍ୟାୟରେ ଆମେ ହାତୀ ଆତଙ୍କ ଦେଖିଥିଲେ, ଏଥର ଦେଖିବା ମାଙ୍କଡ଼ଙ୍କ ଦୌରାତ୍ମ୍ୟ ।
ବେଶ କିଛି ଦିନ ହେବ ଗଣମାଧ୍ୟମରେ ଚର୍ଚ୍ଚା ସାଉଁଟୁଛି ଜଙ୍ଗଲୀ ଜନ୍ତୁଙ୍କ କାହାଣୀ । କେବେ ହାତୀ ତ କେବେ ମାଙ୍କଡ଼। କୁମ୍ଭୀର ଓ ହରିଣଙ୍କ କଥା ବି ଆସୁଛି। ବଣଜଙ୍ଗଲ ଛାଡ଼ି ଗାଁରେ ଡେରା ପକାଉଛନ୍ତି ମାଙ୍କଡ଼ ।
ଲୋକଙ୍କୁ ଦେଖିଲେ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରୁଛନ୍ତି । ଏଇ ନିକଟରେ ଗଂଜାମ ଜିଲ୍ଲା ଧରାକୋଟରେ ମାଙ୍କଡ଼ ଆକ୍ରମଣରେ ୫ ଜଣ ଗ୍ରାମବାସୀ ଆହତ ହୋଇଥିଲେ । ପୁରୀ ଜିଲ୍ଲା ଗୋପରେ ମାଙ୍କଡ଼ ଆକ୍ରମଣରୁ ବର୍ତ୍ତି ନଥିଲେ ବନ କର୍ମଚାରୀ।
ହାତୀ-ମଣିଷ ଲଢ଼େଇ ଭଳି ମାଙ୍କଡ଼-ମଣିଷ ଲଢ଼େଇ ଚାଲିଛି। ଆମେମାନେ ଜଙ୍ଗଲରେ ଅବାଧ ଗଛକାଟି ମାଙ୍କଡ଼ଙ୍କ ବାସ ଉଜାଡ଼ି ଦେଉଛନ୍ତି। ଜଙ୍ଗଲରେ ଆଉ ଆଗଭଳି ଖାଦ୍ୟ ମିଳୁନି। ତେଣୁ ଗାଁ ମୁହାଁ ହେଉଛନ୍ତି, ଘରେ ପଶୁଛନ୍ତି। ଯାହା ପାଉଛନ୍ତି ଖାଉଛନ୍ତି, ଲୋକଙ୍କୁ ଦେଖିଲେ କାମୁଡ଼ି ପକାଉଛନ୍ତି। ଲୋକେ ଠେଙ୍ଗାଧରି ଗାଁରେ ନିଜକୁ ସୁରକ୍ଷା ଦେଉଛନ୍ତି। ବନ କର୍ମଚାରୀ ମଧ୍ୟ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରୁଛନ୍ତି।
ହେଲେ ଏହା କଣ ସମାଧାନ । କେତେ ମାଙ୍କଡ଼ଙ୍କୁ ଟ୍ରାଙ୍କୁଲାଇଜ୍ କରାଯିବ? କେତେ ହାତୀଙ୍କୁ ଘଉଡ଼ାଯିବ । ଏମିତି କରିବା ଅପେକ୍ଷା ବର୍ତ୍ତମାନ ସମୟରେ ସେମାନଙ୍କ ବାସକୁ ସୁରକ୍ଷା ଦେବା ଅତ୍ୟନ୍ତ ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/08/27-2025-08-08-11-31-09.jpg)