ସିଡିଏ ଜମିରେ ମହାକେଳେଙ୍କାରୀ ; ଶହେ କୋଟିର ଜମିକୁ ୩କୋଟିରେ ବିକ୍ରି କରିଦେବାକୁ ମସୁଧା

Advertisment

କଟକ ସିଡିଏ ସେକ୍ଟର-୬ ଅଞ୍ଚଳର ଇଏ ସେଇ ଅଢ଼େଇ ଏକର ସରକାରୀ ଜମି । ଯାହାକୁ ଏକ ନିର୍ଦ୍ଦିଷ୍ଟ ସଂସ୍ଥା ହାତକୁ ଶାଗମାଛ ଦରରେ ଟେକିଦେବାକୁ ମସୁଧା ହୋଇଥିବା ଅଭିଯୋଗ ହେଉଛି । ସିଡିଏର ଏହି ବହୁମୂଲ୍ୟ ଜମି ଇ-ନିଲାମରେ ଆବଣ୍ଟନ ପାଇଁ ଗତବର୍ଷ ନଭେମ୍ୱର ୨୧ରେ ଟେଣ୍ଡର୍ ବାହାରିଥିଲା ।

କଟକ ସିଡିଏ ସେକ୍ଟର-୬ ଅଞ୍ଚଳର ଇଏ ସେଇ ଅଢ଼େଇ ଏକର ସରକାରୀ ଜମି । ଯାହାକୁ ଏକ ନିର୍ଦ୍ଦିଷ୍ଟ ସଂସ୍ଥା ହାତକୁ ଶାଗମାଛ ଦରରେ ଟେକିଦେବାକୁ ମସୁଧା ହୋଇଥିବା ଅଭିଯୋଗ ହେଉଛି । ସିଡିଏର ଏହି ବହୁମୂଲ୍ୟ ଜମି ଇ-ନିଲାମରେ ଆବଣ୍ଟନ ପାଇଁ ଗତବର୍ଷ ନଭେମ୍ୱର ୨୧ରେ ଟେଣ୍ଡର୍ ବାହାରିଥିଲା ।

CDA

CDA Photograph: (KanakNews)

କନକ ବ୍ୟୁରୋ : କଟକ ସହର ମଝିରେ ଅଢ଼େଇ ଏକର ବା ୧ ଲକ୍ଷ ବର୍ଗଫୁଟ ଜମିର ମୂଲ୍ୟ କେତେ ହେବ ? ପ୍ରାୟ ଶହେ କୋଟି ଟଙ୍କା । ହେଲେ ଏଭଳି ମୂଲ୍ୟବାନ ସରକାରୀ ଜମିକୁ କଟକ ଉନ୍ନୟନ କର୍ତ୍ତୃପକ୍ଷ ମାତ୍ର ୩ କୋଟି ଟଙ୍କାରେ ଏକ ସଂସ୍ଥାକୁ ଟେକି ଦେଇଥିବା ଅଭିଯୋଗ ହୋଇଛି । ସାମ୍ନାକୁ ଆସିଛି ଜମି ଲିଜ୍ ଜାଲିଆତିର ଚାଞ୍ଚଲ୍ୟକର ଅଭିଯୋଗ । ଏନେଇ ସରକାରୀ କଳର ତଳୁ ଉପର ଯାଏଁ ଅଭିଯୋଗ ହୋଇଥିଲେ ବି, ସମସ୍ତେ ନିରବ ରହିବା ସନ୍ଦେହ ସୃଷ୍ଟି କରିଛି । 

କଟକ ସିଡିଏ ସେକ୍ଟର-୬ ଅଞ୍ଚଳର ଇଏ ସେଇ ଅଢ଼େଇ ଏକର ସରକାରୀ ଜମି । ଯାହାକୁ ଏକ ନିର୍ଦ୍ଦିଷ୍ଟ ସଂସ୍ଥା ହାତକୁ ଶାଗମାଛ ଦରରେ ଟେକିଦେବାକୁ ମସୁଧା ହୋଇଥିବା ଅଭିଯୋଗ ହେଉଛି । ସିଡିଏର ଏହି ବହୁମୂଲ୍ୟ ଜମି ଇ-ନିଲାମରେ ଆବଣ୍ଟନ ପାଇଁ ଗତବର୍ଷ ନଭେମ୍ୱର ୨୧ରେ ଟେଣ୍ଡର୍ ବାହାରିଥିଲା । ତେବେ ଆବେଦନର ଶେଷ ତାରିଖ ଡିସେମ୍ବର ୧୨ ସୁଦ୍ଧା ମାତ୍ର ଜଣେ ବିଡର୍‌ ଭାଗ ନେଇଥିଲେ । ନିୟମ ଅନୁସାରେ, ସିଙ୍ଗଲ୍ ଟେଣ୍ଡର୍ ଯୋଗୁଁ ଏହା ବାତିଲ ହୋଇ ସାନି ଟେଣ୍ଡର ଜାରି ହେବା କଥା । ମାତ୍ର ତାହା ନକରି, ଆବେଦନର ଶେଷ ତାରିଖକୁ ଡିସେମ୍ବର ୩୧କୁ ଘୁଞ୍ଚାଇ ଦେଇଥିଲେ ସିଡିଏ କର୍ତ୍ତୃପକ୍ଷ । କୌଣସି ଯଥାର୍ଥ କାରଣ ନ ଦର୍ଶାଇ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଗଲା । ଏହାପରେ ଛତିଶଗଡ଼ର ଏକ ସଂସ୍ଥା ଟେଣ୍ଡର ଆବେଦନ କରିଥିଲା । ଦୁଇଟି ସଂସ୍ଥାରୁ ଗୋଟିଏକୁ ବାଛି ୩ କୋଟି ଟଙ୍କାରେ ଅଢ଼େଇ ଏକର ଜମି ଟେକି ଦେବାକୁ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି । କଟକ ମେୟର ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । 

ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ନେଇ ଏକ ପ୍ରତିଷ୍ଠିତ ଡେଭଲପ୍‌ର ସଂଘ ସିଡିଏ କର୍ତ୍ତୃପକ୍ଷ, ଜିଲ୍ଲାପାଳ, ଭିଜିଲାନ୍‌ସ ଡିଜି, ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ବି ଅଭିଯୋଗ କରିଛନ୍ତି । ଏହି ନିଲାମ ବାତିଲ ସହ ସଂପୂର୍ଣ୍ଣ ଘଟଣାର ତଦନ୍ତ ଦାବି ହୋଇଛି । ସଂପୃକ୍ତ ସଂସ୍ଥା ପୂର୍ବରୁ ବି ସିଡିଏରୁ ବହୁ ଜମି ହାତେଇଥିବା ଅଭିଯୋଗ ହୋଇଛି । ଏହି ଦୁର୍ନୀତିର ଚେର କେତେ ଗଭୀରକୁ ଲମ୍ୱିଛି ? ତାହା ତଦନ୍ତର ବିଷୟ ଥିବା ବେଳେ, ପରେ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ସିଡିଏ ସଚିବ । ଅନ୍ୟପକ୍ଷରେ ଏ ସମ୍ପର୍କରେ ଅବଗତ ନାହିଁ କହି ଏଡାଇ ଯାଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଟେଣ୍ଡର ପାଇଥିବା ସଂସ୍ଥା ଜମିର ଅଧା ଅଞ୍ଚଳରେ ଥିବା ପୁରୁଣା କୋଠାକୁ ଭାଙ୍ଗି ସିଡିଏ ଅଫିସ୍‌ର ନୂଆ କୋଠା ନିର୍ମାଣ କରିବ ଏବଂ ବଳକା ଅଧା ଜମିରେ ବ୍ୟବସାୟ ପ୍ରତିଷ୍ଠାନ କରିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe