Photograph: (kanaknews)
କନକବ୍ୟୁରୋ : ଭଦ୍ରକ ସହରରେ ଏବେ ମଦ ଓ ଡ୍ରଗସ ମାଫିଆ ସକ୍ରିୟ ହୋଇଛନ୍ତି । କିଛି ମଦ ବେପାରୀ ଚୋରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଥିବାର ଭଦ୍ରକ ଏସପି ମନୋଜ ରାଉତଙ୍କ ନିକଟରେ ଅଭିଯୋଗ ହେବା ପରେ ଗତକାଲି , ଏସପିଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଭଦ୍ରକ ଚରମ୍ପା ଷ୍ଟେସନ ଅଞ୍ଚଳରେ ଜଣେ ଲୋକଙ୍କ ଘରୁ ବିପୁଳ ପରିମାଣରେ ବିଦେଶୀ ମଦ ରହିଥିବାର ଖବର ପାଇ ଭଦ୍ରକ ଟାଉନ ପୁଲିସ ଚଢ଼ଉ କରିଥିଲେ । ଚଢଉ ବେଳେ ୧୦୦ ଲିଟର ଫରେନ୍ ଲିକର ଓ ଦୁଇଟି ଡିପ୍ ଫ୍ରିଜ୍ ଜବତ କରାଯାଇଛି। ଘଟଣା ସ୍ଥଳରୁ ଅଭିଯୁକ୍ତ ତୁଷାର ବେହେରା ଫେରାର ହୋଇଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।
Follow Us