ଡ୍ରେନ୍‌ରୁ ବାହାରିଲା ଅଜଗର  ; ୧୭ ଫୁଟ ଅଜଗର ଦେଖି ଡରିଗଲେ ଲୋକେ

Advertisment

ଡ୍ରେନ୍‌ରୁ ବାହାରିଲା ଅଜଗର । ସୁବର୍ଣ୍ଣପୁର ସହରର ଜୟଗୁରୁ ମାର୍କେଟ କମ୍ପ୍ଲେକ୍ସ ରାସ୍ତାକଡ ଡ୍ରେନରୁ ୧୭ ଫୁଟ୍‌ର ଅଜଗର ଉଦ୍ଧାର । ଆତଙ୍କୀତ ସ୍ଥାନୀୟ ବାସିନ୍ଦା ।

ଡ୍ରେନ୍‌ରୁ ବାହାରିଲା ଅଜଗର । ସୁବର୍ଣ୍ଣପୁର ସହରର ଜୟଗୁରୁ ମାର୍କେଟ କମ୍ପ୍ଲେକ୍ସ ରାସ୍ତାକଡ ଡ୍ରେନରୁ ୧୭ ଫୁଟ୍‌ର ଅଜଗର ଉଦ୍ଧାର । ଆତଙ୍କୀତ ସ୍ଥାନୀୟ ବାସିନ୍ଦା ।

16

କନକ ବ୍ୟୁରୋ: ସୁବର୍ଣ୍ଣପୁର ସହରର ସ୍ଥାନୀୟ ଜୟଗୁରୁ ମାର୍କେଟ କମ୍ପ୍ଲେକ୍ସ ରାସ୍ତାକଡ଼ ଡ୍ରେନ ଭିତରୁ ୧୭ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର । ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ଜୟଗୁରୁ ମାର୍କେଟ କମ୍ପ୍ଲେକ୍ସର ମୁଖ୍ୟ ରାସ୍ତାରେ ଏକ ଅଜଗର ସାପ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଲା । ରାସ୍ତାରେ ଯାଉଥିବା କିଛି ଲୋକ ସାପଟିକୁ ଦେଖିଥିଲେ । ତେବେ ସାପଟି ରାସ୍ତା ପାର ହୋଇ ଡ୍ରେନ ଭିତରକୁ ପଶିଯାଇଥିଲା। ପରେ କିଛି ଲୋକ ସାପ ଉଦ୍ଧାରକାରୀ ଦଳକୁ ଡାକି ଡ୍ରେନ ଭିତରୁ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe