କନକ ବ୍ୟୁରୋ: ଇସ୍ରାଏଲ ସେନାକୁ ବଡ ସଫଳତା । ଦକ୍ଷିଣ ଲେବାନନରେ ଥିବା ହିଜବୁଲ୍ଲା ବିଶାଳ ତଥା ଗୁପ୍ତ ସୁଡଙ୍ଗ ଠାବ କରିଛି ଆଇଡିଏଫ ।ଏନେଇ ନିଜ ଅଫିସିଆଲ ପେଜରେ ଏକ ଭିଡିଓ ଓ ପୋଷ୍ଟ କରିଛି ସୂଚନା ଦେଇଛି ଇସ୍ରାଏଲ । ଆତଙ୍କୀ ସଂଗଠନର ଏହା ଏକ ପ୍ରମୁଖ ସୁଡଙ୍ଗ ବୋଲି କୁହାଯାଇଛି । କାରଣ ଏଥିରେ ହିଜୁବଲ୍ଲା ବିପୁଳ ମାତ୍ରାର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ. ରକେଟ ଲଂଚର ଓ ଅତ୍ୟାଧୁନିକ ମିସାଇଲ ଗଚ୍ଛିତ ରଖିଥିଲା ।ଖାଲି ଅସ୍ତ୍ରଶସ୍ତ୍ର ନୁହେଁ ପୁଳା ପୁଳା ନଗଦ ଟଙ୍କା ମଧ୍ୟ ମିଳିଛି ଏହି ଗୁପ୍ତ ସୁଡଙ୍ଗରୁ ।
ଏହାର ଖୁଲ୍ଲାସା ହୋଇଛି ଭିଡିଓରୁ । ହିଜବୁଲ୍ଲାକୁ ମାଟିରେ ମିଶାଇବାକୁ ପ୍ରତିଜ୍ଞା କରିଛି ଇସ୍ରାଏଲ ।ଘନ ଘନ ଆକ୍ରମଣ କରି ହିଜବୁଲ୍ଲାର ଟପ କମାଣ୍ଡର ନିହତ ହେଉଛନ୍ତି ।ସେପଟେ ପ୍ରତିଶୋଧ ପରାୟଣ ହିଜବୁଲ୍ଲା ମଧ୍ୟରେ ଇସ୍ରାଏଲକୁ ଦେଉଛି ପାଲଟା ଜବାବ ।ଏହା ଭିତରେ ଆତଙ୍କୀ ସଗଂଠନ ଏହି ସୁଡ଼ଙ୍ଗକୁ କବଜା କରିବା ଇସ୍ରାଏଲ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି ।
Follow Us