କନକ ବ୍ୟୁରୋ : ଗନ୍ଧମାର୍ଦ୍ଦନରେ ବେଆଇନ୍ ଖଣି ଖନନ ବିରୋଧରେ ତାତିଲେ ଚାଷୀ । ସମ୍ବଲପୁରରେ ବିଶାଳ ଶୋଭାଯାତ୍ରା କରି ଖଣି ଖନନକୁ ବନ୍ଦ କରିବାକୁ ଦାବି କରି ଏପିଏମ ପକ୍ଷରୁ ବିଶାଳ ଶୋଭାଯାତ୍ରା ।
ଏହାସହ ହୀରାକୁଦ ପାଣିର କମ୍ପାନୀ ଶୋଷଣ ବନ୍ଦ, ମହାନଦୀକୁ ସୁରକ୍ଷା ଏବଂ ଏମଏସପିକୁ ଆଇନଗତ ମାନ୍ୟତା ଦାବିରେ ଏକାଠି ହୋଇଛନ୍ତି ଚାଷୀ । ସମ୍ବଲପୁର ଜେଲ ଛକରୁ ଆରଡିସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ହୋଇଥିବା ଶୋଭାଯାତ୍ରାରେ ଶହଶହ ଚାଷୀ ସାମିଲ ହୋଇଛନ୍ତି । ତୁରନ୍ତ ଏସବୁ ଦାବି ପୂରଣ କରିବାକୁ ଆରଡିସଙ୍କୁ ଦାବିପତ୍ର ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/24/BLHw6YSWOcgjuNwooqQp.jpg)