କନକ ବ୍ୟୁରୋ: ପଞ୍ଚକ ବ୍ରତ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଛି । ପତିତପାବନ ବ୍ୟାରିକେଡରେ ଠେଲାପେଲା ଦେଖିବାକୁ ମିଳିଛି । ପଞ୍ଚକରେ ପ୍ରବଳ ଗହଳି ପାଇଁ ଏପରି ସ୍ଥିତି ଉପୁଜିଛି । ତେବେ ଏହାରି ଭିତରେ ପୋଲିସ ଭକ୍ତଙ୍କୁ ଦୁର୍ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ବୃଦ୍ଧାମାନେ ମନ୍ଦିରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ଠେଲି ଦେଉଥିବା ଦେଖିବାକୁ ମିଳିଛି ।
ତେବେ ଆଜି ହେଉଛି ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି । ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ । ଏହି ପଞ୍ଚୁକ ବ୍ରତକୁ ଭୀଷ୍ମ ପଞ୍ଚକ ବା ବଗ ପଞ୍ଚକ ବୋଲି କୁହାଯାଏ। ପଞ୍ଚୁକ ବ୍ରତର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ଲକ୍ଷ୍ମୀ ନାରାୟଣଙ୍କ ଉପାସନା ହେଉଥିବା ବେଳେ ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦେଖିବା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ଏବେ ଚଳଚଂଚଳ। ଶ୍ରଦ୍ଧାଳୁଙ୍କ ସମାଗମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାତ୍ର ଭିଡ ଭିତରେ ଏପରି ଅପ୍ରୀତିକର ପରିସ୍ଥିତି ଦଏଖିବାକୁ ମିଳିଛି ।