କନକ ବ୍ୟୁରୋ: ଆଜି ହେଉଛି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର ଚଳଚଞ୍ଚଳ‌ ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠ । ଧାର୍ମିକ ବିଶ୍ୱାସ ରହିଛି ବାବା ଧବଳେଶ୍ଵରଙ୍କ ପାଖରେ ଯିଏ ଯେଉଁ ମାନସିକ କରିଥାଏ ତାହା ପୂର୍ଣ୍ଣ ହୋଇଥାଏ । କାହାର ସନ୍ତାନ ହେଉନାହିଁ, କାହା ଛୁଆଙ୍କ ପାଟି ଖୋଲୁନାହିଁ ଏଭଳି ଅନେକ ଭକ୍ତ ବାବାଙ୍କ ପାଖରେ ମାନସିକ କରିଥାନ୍ତି ।  

Advertisment

ଆଜି ବାବାଙ୍କୁ ପାଖରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହୋଇଥାଏ । ଏହାସହ ମନସ୍କାମନା ରଖି ଭକ୍ତମାନେ ମଧ୍ୟ ବାବାଙ୍କଠାରେ ଜଳାଭିଷେକ କରିଥାନ୍ତି । ବାବା ଧବଳେଶ୍ୱରଙ୍କ ପୀଠ ସହ ଆଜି ପୂଣ୍ୟ କାର୍ତ୍ତିକର ସୋମବାର ହୋଇଥିବାରୁ ଅନ୍ୟ ଶିବପୀଠମାନଙ୍କରେ ମଧ୍ୟ ଗହଳି ଦେଖିବାକୁ ମିଳିଛି ।