polution Photograph: (kanak news)
କନକ ବ୍ୟୁରୋ : ପିୟୁସି ସାର୍ଟିଫିକେଟ ନଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ । ସରକାରଙ୍କ ଏହି ଘୋଷଣା ପରେ ହଇରାଣରୁ ବର୍ତ୍ତିବା ପାଇଁ ପଲ୍ୟୁସନ ଟେଷ୍ଟିଂ ଭ୍ୟାନ ଆଗରେ ଲୋକ ଭିଡ଼ କରୁଛନ୍ତି । ପିୟୁସି ସାର୍ଟିଫିକେଟ ଧରି ଶାନ୍ତିରେ ଘରକୁ ଫେରୁଛନ୍ତି । କିନ୍ତୁ ପେଟ୍ରୋଲ ପମ୍ପରେ ପ୍ରଦୂଷଣ ବିହୀନ ପ୍ରମାଣପତ୍ର ଯାଞ୍ଚ ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନାହିଁ । ତେଣୁ ଏହାର କାର୍ଯ୍ୟାକାରିତାକୁ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ।
ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଗାଡ଼ିକୁ ମିଳିବନି ତେଲ । ସରକାରଙ୍କ ଏହି ଘୋଷଣା ଲୋକଙ୍କ ଅକଲଗୁଡୁମ କରି ଦେଇଛି । ଯେମିତି ହେଉ ପ୍ରଦୂଷଣ ପ୍ରମାଣପତ୍ରଟେ ପାଇବାକୁ ଧାଡ଼ି ବାନ୍ଧି ନିଜ ପାଳି ଆସିବାକୁ ଅପେକ୍ଷା କରିଛନ୍ତି ଗାଡ଼ି ଚାଳକ । ଦିନେ କାଁ ଭାଁ ଲୋକ ପ୍ରଦୂଷଣ ଯାଞ୍ଚ ପାଇଁ ଆସୁଥିଲେ । ଏବେ ତେଲ ମିଳିବନି ସେହି ଭୟ ହିଁ ଟେଷ୍ଟିଂ ଭ୍ୟାନ ଆଗରେ ଜମାଇଛି ଭିଡ଼ । ଧିରେ ଧିରେ ଗୁରୁତ୍ୱ ହରାଉଥିବା ପିୟୁସି ସାର୍ଟିଫିକେଟ୍ ଏବେ ଲୋକଙ୍କର ନହାତି ଦରକାରୀ ହୋଇପଡିଛି । କିନ୍ତୁ ଗାଡ଼ିରେ ଯଦି ଫାଇନ ପଡ଼ିଥିବ ତାକୁ ନଭରିବା ଯାଏଁ ପଲ୍ୟୁସନ ସାର୍ଟିଫିକେଟ ବାହାରୁ ନାହିଁ । ତେଣୁ କିଛି ଚାଳକ ନିରାଶ ହୋଇ ଫେରୁଛନ୍ତି ।
ଅଧିକ ପଢ଼ନ୍ତୁ---ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ, ଡିଜେଲ୍ : ଦିଲ୍ଲୀ ପରେ ଓଡ଼ିଶାରେ ନିୟମ ଲାଗୁ
ସରକାର କହିଛନ୍ତି, ପିୟୁସି ସାର୍ଟିଫିକେଟ ନଥିଲେ ତେଲ ମିଳିବ ନାହିଁ । କିନ୍ତୁ ପ୍ରଶ୍ନ ଉଠୁଛି ତେଲ ଟାଙ୍କିରେ ଏହା କେମିତି ଯାଞ୍ଚ କରାଯିବ ? ଏନେଇ କୌଣସି ବ୍ୟବସ୍ଥା ନାହିଁ । ପେଟ୍ରୋଲ ପମ୍ପରେ ଭିଡ଼ ସମୟରେ କେମିତି କାର୍ଯ୍ୟକାରୀ ହେବ ? ସାର୍ଟିଫିକେଟ ଯାଞ୍ଚ କିଏ କରିବ? ଏ ବାବଦରେ ପୋଟ୍ରେଲ ପମ୍ପ ମାଲିକ ସଂଘକୁ କୌଣସି ସୂଚନା ଦିଆଯାଇ ନାହିଁ । ଏନେଇ ଆଜି ପରିବହନ କମିସନରଙ୍କ ଅଧ୍ୟକ୍ଷତାରେ ଷ୍ଟେକ ହୋଲଡରଙ୍କ ସହ ବସୁଛି ବୈଠକ ।
ପିୟୁସି ସାର୍ଟିଫିକେଟ ଭଳି ପୂର୍ବରୁ ମଧ୍ୟ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବ୍ୟାନ ସହ ନୋ ହେଲମେଟ ନୋ ପେଟ୍ରୋଲ ନିୟମ ଲାଗୁ କରିଥିଲେ ସରକାର। କିନ୍ତୁ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ନଥିବାରୁ କାର୍ଯ୍ୟକାରୀ ହୋଇପାରିଲାନି, ଲୋକ ବି ଦିନ କେଇଟା ପରେ ନିୟମକୁ ଭୁଲିଗଲେ । ପିୟୁସି ସାର୍ଟିଫିକେଟ ନଥିଲେ ତେଲ ନାହିଁ ପାଇଁ ବ୍ୟବସ୍ଥା ବିକଶିତ ନହେଲା ଯାଏଁ କାର୍ଯକାରିତା ଉପରେ ସନ୍ଦହ ସୃଷ୍ଟି ହୋଇଛି ।
Follow Us