ମାଗଣା ଚିକେନ ପକୋଡା ପାଇଁ ପ୍ରବଳ ଭିଡ । ୪ଘଣ୍ଟାରେ ଶେଷ ୨ କୁଇଣ୍ଟାଲ

Advertisment

ମାଗଣା ଚିକେନ୍ ପକୋଡ଼ା ପାଇଁ ପ୍ରବଳ ଭିଡ଼ । ଚାହୁଁ ଚାହୁଁ ସରିଗଲା ପକୋଡା। ୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ୍

ମାଗଣା ଚିକେନ୍ ପକୋଡ଼ା ପାଇଁ ପ୍ରବଳ ଭିଡ଼ । ଚାହୁଁ ଚାହୁଁ ସରିଗଲା ପକୋଡା। ୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ୍

chiken

କନକବ୍ୟୁରୋ: ମାଗଣା ଚିକେନ୍ ପକୋଡ଼ା ପାଇଁ ପ୍ରବଳ ଭିଡ଼ । ଚାହୁଁ ଚାହୁଁ ସରିଗଲା ପକୋଡା । ୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ୍ । ପୁରୀ ରାମଚଣ୍ଡୀ ଥାନା ଅଧୀନ ଛଇତନା ବଜାରରେ ବଣ୍ଟା ଯାଇଛି ମାଗଣା ଚିକେନ୍ ପକୋଡ଼ା । ଏଥିପାଇଁ ଲୋକଙ୍କ ଭିଡ଼ ଜମିଛି । ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ଏହି ଚିକେନ୍ ପକୋଡ଼ା ବଣ୍ଟାଯାଇଛି । 

୪ ଘଣ୍ଟାରେ ପ୍ରାୟ ୨ କ୍ଵିଣ୍ଟାଲ୍ ଚିକେନ୍‌ରେ ପ୍ରସ୍ତୁତ ପକୋଡ଼ା ଖାଇଛନ୍ତି ଲୋକେ। କୁକୁଡ଼ା ଚିଆଁ ଓ ଦାନା ବିକ୍ରି କରୁଥିବା ଏକ ସଂସ୍ଥା ଏହି ମାଗଣା ଚିକେନ୍ ପକୋଡ଼ା ବାଣ୍ଟିଥିଲା। ଛୋଟ ପିଲାଙ୍କଠାରୁ ବୟସ୍କ ବ୍ୟକ୍ତି ଧାଡ଼ିରେ ରହି ଚିକେନ୍ ପକୋଡ଼ା ଖାଇବା ସହ ଘରକୁ ମଧ୍ୟ ନେଇଯାଇଥିଲେ । କିନ୍ତୁ କେଉଁ କାରଣ ପାଇଁ ମାଗଣା ବଣ୍ଟନ ହେଉଛି ତାହା କେହି କହି ପାରିନାହାନ୍ତି ।

 ଅନ୍ୟପଟେ ଜିଲ୍ଲାର ୪ଟି ବ୍ଲକ୍‌ରେ ବାର୍ଡଙ୍କୁ ଆତଙ୍କ ଥିବା ବେଳେ ଛଇତନା ବଜାରରେ ମାଗଣା ଚିକେନ୍ ପକୋଡ଼ା ବଣ୍ଟନ ଘଟଣା ଚର୍ଚ୍ଚାକୁ ଆସିଛି। ଅନେକ ଭୟରେ ଏହି ପକୋଡ଼ା ଖାଇନଥିବା ବେଳେ ଏଭଳି ମାଗଣା ବଣ୍ଟନକୁ ନାପସନ୍ଦ ମଧ୍ୟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe