କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗୁଜରାଟର ‘ସୋମନାଥ ସ୍ବାଭିମାନ ପର୍ବ’ର ଏକ ଅଂଶ ଭାବରେ ସୋମନାଥ ମନ୍ଦିରରେ ‘ଶୌର୍ଯ୍ୟ ଯାତ୍ରା’ରେ ଅଂଶଗ୍ରହଣ କରିଥିଲେ। ସେ ସାରା ଦେଶର କଳାକାରମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ । ସୋମନାଥ ମନ୍ଦିରର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଅଗଣିତ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ‘ଶୌର୍ଯ୍ୟ ଯାତ୍ରା’ ହେଉଛି ଏକ ଆନୁଷ୍ଠାନିକ ଶୋଭାଯାତ୍ରା । ସ୍ୱାଧୀନତା ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନେତୃତ୍ୱରେ ୧୯୫୧ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ମନ୍ଦିରର ଆଧୁନିକ ପୁନଃର୍ନିମାଣର ୭୫ ବର୍ଷ ପୂରଣ ଅବସରରେ ମଧ୍ୟ ସ୍ବାଭିମାନ ପର୍ବ ପାଳନ ହେଉଛି ।
ଡମ୍ବରୁ ନିନାଦରେ ଗଗନପବନ ମୁଖରିତ ହେବା ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାସ୍ତାକଡ଼ରେ ଧାଡ଼ି ବାନ୍ଧି ବିପୁଳ ସଂଖ୍ୟାରେ ସ୍ୱାଗତ କରାଯାଇଥିଲା । ଲୋକମାନେ ତାଙ୍କ ଉପରେ ପୁଷ୍ପବୃଷ୍ଟି କରିଥିଲେ ଏବଂ ଉତ୍ସାହରେ ‘ମୋଦୀ-ମୋଦୀ’ ସ୍ଲୋଗାନ ଦେଇଥିଲେ । ଏହି ସମୟରେ ସେ ଦୁଇ ହାତରେ ଡମ୍ବରୁ ଧରି ହାତ ଉପରକୁ ଟେକି ଡମ୍ବରୁ ବଜାଇଥିଲେ ।
/filters:format(webp)/kanak/media/media_files/2026/01/11/modi-2026-01-11-14-48-07.jpg)
ରାଜସ୍ଥାନ, ପଞ୍ଜାବ, ମଣିପୁର, ଗୁଜରାଟ ଓ ଅନ୍ୟାନ୍ୟ ଅଞ୍ଚଳର କଳାକାରମାନେ କଳା ପ୍ରଦର୍ଶନ କରିଥିଲେ । ‘ଶୌର୍ଯ୍ୟ ଯାତ୍ରା’ରେ ଅଂଶଗ୍ରହଣ କରିଥିବା କଳାକାରମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନେଇ ଉତ୍ସାହ ପ୍ରକାଶ କରିଥିଲେ । ଶୌର୍ଯ୍ୟ ଯାତ୍ରା ପାଇଁ ଅଣାଯାଇଥିବା ମୋଟ ୧୦୮ଟି ଘୋଡା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହି ଘୋଡାମାନେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ିମାଳା ସହ ସାମିଲ ହୋଇ ସୋମନାଥ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ପରେ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ସଦ୍ଭାବନା ମଇଦାନରେ ଏକ ସାଧାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ପ୍ରଧାନମନ୍ତ୍ରୀ ଦର୍ଶକଙ୍କୁ ସମ୍ବୋଧିତ କରିଥିଲେ ।
ଅଧିକ ପଢ଼ନ୍ତୁ:ସୋମନାଥ ମନ୍ଦିରକୁ ମସଜିଦରେ ପରିଣତ କରିବାକୁ ଚେଷ୍ଟା କରାଯାଇଥିଲା: ପ୍ରଧାନମନ୍ତ୍ରୀ
ଅପରାହ୍ଣରେ ପ୍ରଧାନମନ୍ତ୍ରୀ ରାଜକୋଟ ଗସ୍ତରେ ଯିବେ, ଯେଉଁଠାରେ ସେ ଅପରାହ୍ଣ ୧ଟା ୩୫ ସମୟରେ ମାରୱାଡି ବିଶ୍ୱବିଦ୍ୟାଳୟରେ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀର ବାଣିଜ୍ୟ ପ୍ରଦ୍ର୍ଶନୀକୁ ଉଦଘାଟନ କରିବେ । ଅପରାହ୍ଣ ୨ଟାରେ ସେ କଚ୍ଛ ଓ ସୌରାଷ୍ଟ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରର ମହାତ୍ମା ମନ୍ଦିର ମେଟ୍ରୋ ଷ୍ଟେସନରେ ପହଞ୍ଚି ସେକ୍ଟର ୧୦ଏରୁ ମହାତ୍ମା ମନ୍ଦିର ପର୍ଯ୍ୟନ୍ତ ଅହମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ମାର୍ଗର ଶୁଭାରମ୍ଭ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2026/01/11/somnath-2026-01-11-14-47-46.jpg)