ବନ୍ୟା ପାଣିରେ ଭାସିଆସିଲା ବିରାଟ ବଉଳା କୁମ୍ଭୀର : କେନ୍ଦ୍ରାପଡ଼ା ରାଜନଗର ଝାଡ଼ପଡା ଅଂଚଳର ଲୋକେ ଭୟଭୀତ

ବନ୍ୟା ପାଣିରେ ଭାସି ଆସିଲା କୁମ୍ଭୀର। ଉପର ମୁଣ୍ଡକୁ ଚାଲି ଆସିଛି ଏକ ବିରାଟ କାୟ ବଉଳା କୁମ୍ଭୀର। କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି

crocodile

Photograph: (kanaknews)

କନକବ୍ୟୁରୋ :  ବନ୍ୟା ପାଣିରେ ଭାସି ଆସିଲା କୁମ୍ଭୀର। ଉପର ମୁଣ୍ଡକୁ ଚାଲି ଆସିଛି ଏକ ବିରାଟ କାୟ ବଉଳା କୁମ୍ଭୀର। କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।  ବ୍ରାହ୍ମଣୀ ନଦୀରେ ତୃତୀୟ ଥର ପାଇଁ ବନ୍ୟା ଜଳ ପ୍ରବେଶ କରିଛି । ଯାହା ଫଳରେ ଅନେକ ଗାଁ ଗୁଡିକ ବନ୍ୟା ପାଣି ଘେରରେ ରହିଯାଇଛି ।  ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଝାଡ଼ପଡା କେନାଲରେ ଏହି ବିରାଟ କୁମ୍ଭୀର ଭାସୁଥିବାର ଲୋକେ ଦେଖିବାକୁ ପାଇଛନ୍ତି ।  ପୂର୍ବରୁ ଏକ କୁମ୍ଭୀର ଏହି କେନାଲ ନିକଟରୁ ଜଣେ ମହିଳାଙ୍କୁ ଟାଣି ନେଇଥିଲା । ଏବେ ପୁଣି ଥରେ ଏହି ସ୍ଥାନରେ ବିଶାଳ କାୟ କୁମ୍ଭୀରକୁ ଦେଖି ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe