ଚିଙ୍ଗୁଡି ଘେରିରେ ବିରାଟ କୁମ୍ଭୀର ; ୮ ଘଣ୍ଟା ପରିଶ୍ରମ ପରେ ଧରିଲା ବନବିଭାଗ

ଚିଙ୍ଗୁଡି ଘେରିରୁ ୧୪ ଫୁଟର କୁମ୍ଭୀର ଉଦ୍ଧାର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଖୁଣ୍ଟା ଗାଁରେ ଥିବା ଚିଙ୍ଗୁଡି ପ୍ଲାଣ୍ଟରୁ ବଉଳା କୁମ୍ଭୀରକୁ ଉଦ୍ଧାର କଲା ବନ ବିଭାଗ । ୮ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କରି ଭିତରକନିକାରେ ଛାଡିଦେଇଥିବା ସୂଚନା ।

3prawn

କନକ ବ୍ୟୁରୋ: ଚିଙ୍ଗୁଡି ଘେରିରେ ୧୪ ଫୁଟର କୁମ୍ଭୀର ଉଦ୍ଧାର । କେନ୍ଦ୍ରାପଡ଼ା ରାଜକନିକା ବ୍ଲକର ଖୁଣ୍ଟା ଗାଁ ସୁକାନ୍ତ ବିଶ୍ୱାଳଙ୍କର ଲୁଣି ଘେରି ଅଞ୍ଚଳରେ ଥିବା ଚିଙ୍ଗୁଡ଼ି ଘେରିରୁ ଏକ ୧୪ଫୁଟ ୨ ଇଞ୍ଚ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର କରିଛି ବନ ବିଭାଗ । ପ୍ରାୟ ୮ ଘଣ୍ଟା ପରିଶ୍ରମ କରିବା ପରେ କୁମ୍ଭୀରକୁ ଉଦ୍ଧାର କରାଯାଇଛି । ବାତ୍ୟା ଦାନା ପ୍ରଭାବରେ କୁମ୍ଭୀରଟି ଖାଦ୍ୟ ଅନୁଷଣରେ ଏହି ଘରି ଭିତରକୁ ପଲାଇ ଆସିଥିଲା  । ଘେରି ମାଲିକ ସୁକାନ୍ତ କୁମ୍ଭୀରକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ  । ବନବିଭାଗ କର୍ମଚାରୀ ମାନେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିବା ସହ  ଭିତର କନିକା ଅଞ୍ଚକକୁ ନେଇ ଛାଡିଦେଇଥିବା ସୂଚନା ମଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe