କନକବ୍ୟୁରୋ : ପଞ୍ଜାବର ଫାଜିଲ୍କାରେ ଆନ୍ତର୍ଜାତିକ ସୀମାରେ ବିପୁଳ ଅସ୍ତ୍ରଶସ୍ତ୍ର ଓ ହେରୋଇନ ଜବତ ହୋଇଛି । ପାକିସ୍ତାନ ପଟୁ ଏସବୁ ଭାରତ ଭିତରକୁ ପଠାଯାଉଥିଲା ।  ବିଓପି ଜି-ଜି-୩ ଅଞ୍ଚଳରେ ବଳମ୍ବିତ ରାତିରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ ପାକିସ୍ତାନ ପଟରୁ ଭାରତ ଭିତରକୁ ପଶିବାକୁ ଚେଷ୍ଟା କରୁଥିବାବେଳେ ବିଏସ୍‌ଏଫ୍‌ ସେମାନଙ୍କ ଉଦ୍ୟମକୁ ବିଫଳ କରିଦେଇଥିଲା  ।  ବିଏସ୍‌ଏଫ୍‌ ପକ୍ଷରୁ ଚୋରା ଚାଲାକଣକାରୀଙ୍କ ଉପରକୁ ୬୦ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା ।

Advertisment

ଅଧିକ ପଢନ୍ତୁ : ବିଜେପିର ସୌରଭ ଯୋଶୀ ଚଣ୍ଡିଗଡ଼ ମେୟର ନିର୍ବାଚିତ

ଭୟରେ ଚୋରା ଚାଲାଣକାରୀ ଫେରି ଯାଇଥିଲେ ।  ଏହାପରେ ବିଏସ୍‌ଏଫ୍‌ ପକ୍ଷରୁ ପଞ୍ଜାବ ପୁଲିସ ସହିତ ମିଳିତ ଭାବେ ତଲାସି ଅଭିଯାନ କରାଯାଇଥିଲା ।  ତଲାସି ଅଭିଯାନ ବେଳେ ପାକିସ୍ତାନ ପଟୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଓ ହେରୋଇନ ଜବତ ହୋଇଛି ।  ପଞ୍ଜାବର ଡିଜିପି ଗୌରବ ଯାଦବ ‘ଏକ୍ସ’ରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।