ମାଟି ତଳୁ ବାହାରିଲା ପୁଳା ପୁଳା ଟଙ୍କା, ସୁନା ; ମାଲିକଙ୍କ ମୃତ୍ୟୁ ପରେ ଖୋଳି ବାହାର କଲେ ପରିବାର ଲୋକେ

ମାଟି ତଳୁ ମିଳିଲା ପୁଳା ପୁଳା ଟଙ୍କା ଓ ସୁନା । ନାରାୟଣପାଟଣା କେଲୁବାଡ଼ି ଗାଁର ସୀତାରାମ ମେଲକାଙ୍କ ମୃତ୍ୟୁ ପରେ ଟଙ୍କା ଖୋଳି ବାହାର କଲେ ସମ୍ପର୍କୀୟ । ବଞ୍ଚିଥିବା ବେଳେ ମାଟି ତଳେ ପୋତିଥିଲେ ଲକ୍ଷାଧିକ ଟଙ୍କା ଓ ସୁନା ।

money7

କନକ ବ୍ୟୁରୋ:  ମାଟିତଳୁ ମିଳିଲା ପୁଳାପୁଳା ଟଙ୍କା ଓ ସୁନା । କୋରାପୁଟ ନାରାୟଣପାଟଣା ବ୍ଲକ କେଲୁବାଡ଼ି ଗାଁର ୭୦ ବର୍ଷିୟ ସୀତାରାମ ମେଲେକା ମାଟି ତଳେ ଟଙ୍କା ସୁନା ପୋତିଥିଲେ । ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ମାଟି ଖୋଳି ଟଙ୍କା ବାହାର କରିଛନ୍ତି । ଟଙ୍କା ଗୁଡ଼ିକ ଉଇ ଖାଇଯାଇଥିବା ବେଳେ କିଛି ନଷ୍ଟ ହୋଇଯାଇଛି । 
 

ହଜାରେ କି ଦୁଇ ହଜାର ନୁହେଁ ୧ ଲକ୍ଷରୁ ଅଧିକ ଟଙ୍କା ସେ ମାଟିତଳେ ପୋତି ରଖିଥିଲେ । ୧୧ ଗ୍ରାମରୁ ଅଧିକ ସୁନା ମଧ୍ୟ ମାଟି ତଳେ ପୋତିଥିଲେ ସୀତାରାମ । ତେବେ ତାଙ୍କ ସମ୍ପର୍କୀୟ ୩୨ ହଜାର ନଗଦ ଟଙ୍କା ପାଇଥିବା ବେଳେ ଅବଶିଷ୍ଟ ଟଙ୍କା ମାଟିତଳେ ରହିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe