କନକ ବ୍ୟୁରୋ: ମାଟିତଳୁ ମିଳିଲା ପୁଳାପୁଳା ଟଙ୍କା ଓ ସୁନା । କୋରାପୁଟ ନାରାୟଣପାଟଣା ବ୍ଲକ କେଲୁବାଡ଼ି ଗାଁର ୭୦ ବର୍ଷିୟ ସୀତାରାମ ମେଲେକା ମାଟି ତଳେ ଟଙ୍କା ସୁନା ପୋତିଥିଲେ । ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ମାଟି ଖୋଳି ଟଙ୍କା ବାହାର କରିଛନ୍ତି । ଟଙ୍କା ଗୁଡ଼ିକ ଉଇ ଖାଇଯାଇଥିବା ବେଳେ କିଛି ନଷ୍ଟ ହୋଇଯାଇଛି ।
ହଜାରେ କି ଦୁଇ ହଜାର ନୁହେଁ ୧ ଲକ୍ଷରୁ ଅଧିକ ଟଙ୍କା ସେ ମାଟିତଳେ ପୋତି ରଖିଥିଲେ । ୧୧ ଗ୍ରାମରୁ ଅଧିକ ସୁନା ମଧ୍ୟ ମାଟି ତଳେ ପୋତିଥିଲେ ସୀତାରାମ । ତେବେ ତାଙ୍କ ସମ୍ପର୍କୀୟ ୩୨ ହଜାର ନଗଦ ଟଙ୍କା ପାଇଥିବା ବେଳେ ଅବଶିଷ୍ଟ ଟଙ୍କା ମାଟିତଳେ ରହିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/02/ogGiJUBZ6TTv6liTvvbd.jpg)