ଭୁବନେଶ୍ୱର ସବରେଜିଷ୍ଟ୍ରାର ଅଫିସରୁ ମିଳିଲା ପୁଳାପୁଳା ଟଙ୍କା । ପାଖାପାଖି ୧୫ ଲକ୍ଷ ଜବତ, ଜୁନିୟକ କ୍ଲର୍କ ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ।

777777

କନକ ବ୍ୟୁରୋ: ଭୁବନେଶ୍ୱର ସବ ରେଜିଷ୍ଟର ଅଫିସରେ ଭିଜିଲାନ୍ସ ଚଢ଼ାଉ। ଚଢ଼ାଉ ବେଳେ ମିଳିଲା ପୁଳାପୁଳା ଟଙ୍କା । ପାଖପାଖି ୧୫ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ସବ ରେଜିଷ୍ଟର ଅଫିସର ଜୁନିଅର କିରାଣୀ ଦେବଯାନୀ କର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ବିଭାଗ । ସେହି ଆଧାରରେ ତାଙ୍କ ଅଫିସ୍ ଓ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ଅଫିସରେ ରେଡ୍ ସମୟରେ ବର୍ତ୍ତମାନ ଯାଏଁ ପାଖା ପାଖ ୧୫ ଲକ୍ଷ ଟଙ୍କା ନଗଦ କ୍ୟାସ ଜବତ କରିଛି ଭିଜିଲାନ୍ସ । ଏ ଟଙ୍କା କେଉଁଠୁ ଓ କେମିତି ଆସିଲା, ସେ ନେଇ ଭିଜିଲାନ୍ସକୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe