କନକ ବ୍ୟୁରୋ: ସୁନା ଚୋରାଚାଲାଣ ବେଳେ ସିଟି ଜିଏସଟି ବିଭାଗର ଚଢାଉ। ଦୁଇଟି କଣ୍ଟେନର ଜବତ କରିଛି ସିଟି ଜିଏସଟି। ୮୭ କେଜି ସୁନା ଓ କ୍ୱିଣ୍ଟାଲରୁ ଅଧିକ ରୂପା ଚାଲାଣ ହେଉଥିବା ଜଣାଯାଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା ।
ବ୍ୟାଙ୍କରେ ଟଙ୍କା ଲୋଡ୍ ହେଉଥିବା ଗାଡିରେ ସୁନା ଚାଲାଣ ନେଇ ସୂଚନା ମିଳିଥିଲା। ସୂଚନା ଅନୁସାରେ, ୧୨ରୁ ଅଧିକ ଦୋକାନକୁ ଯାଉଥିଲା। ପ୍ୟାକେଟ ଭିତରେ ସୁନା ଅଳଙ୍କାର ଥିଲା । ଆବଶ୍ୟକୀୟ ଡକୁମେଣ୍ଟ ଦେଖାଇ ନ ପାରିବାରୁ ଜିଏସଟି ଅଟକ ରଖିଛି। ସୁନା ଓ ରୂପା କାରବାରକୁ ଧରିବା ପାଇଁ ସିଜିଏସଟି ଟିମ୍ ସକାଳ ୬ଟାରୁ ଜଗିଥିଲା । ଡେଲିଭରି କାର୍ଟୁନଗୁଡିକୁ ପୁଲିସ ହେପାଜତରେ ଆଣି ରଖାଯାଇଛି। ଲଜିଷ୍ଟିକର ଓଜନ ହିସାବରେ ସୁନା ୧୦ଟି ଟ୍ରଙ୍କରେ ରଖାଯାଇଛି । ଏଥିରେ ୮୭ କିଲୋ ସୁନା ବୋଲି ଉଲ୍ଲେଖ ଅଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/kwEENpbdDRxcO4XZXpAh.jpg)