ଡିଇଓଙ୍କ ଘରୁ ବାହାରୁଛି ବିଡା ବିଡା ଟଙ୍କା ; ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଟେରା

ବିହାରରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଘରୁ ବାହାରିଲା ବିଡ଼ା ବିଡ଼ା ଟଙ୍କା  । ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଟେରା ଭିଜିଲାନ୍ସ ଅଧିକାରୀ। ମେସିନ ସାହାଯ୍ୟରେ ଗଣତି ଚାଲିଛି ଟଙ୍କା

DEO bihar

DEO bihar Photograph: (kanakNews)

କନକ ବ୍ୟୁରୋ: ଜିଲ୍ଲା ଶିକ୍ଷାଧିକାରୀଙ୍କ ଘରେ ପୁଳା ପୁଳା ଟଙ୍କା । ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଟେରା ଭିଜିଲାନ୍ସ ଅଧିକାରୀ । ଟଙ୍କା ଗଣିବାକୁ ଘର ଭିତରକୁ ଗଲା ଟଙ୍କା ଗଣା ମେସିନ । ଏ ଘଟଣା ବିହାରର।

ବିହାର ପଶ୍ଚିମ ଚମ୍ପାରଣ ଜିଲ୍ଲାର ଶିକ୍ଷା ଅଧିକାରୀ ରଜନୀକାନ୍ତ ପ୍ରବୀଣଙ୍କ ଘରୁ ଭିଜିଲାନ୍ସ ଚଢାଉ ସମୟରେ ମୋଟ ୧କୋଟି ୮୬ଲକ୍ଷ ୨୩ହଜାର ୬୬୫ଟଙ୍କା ଟଙ୍କା ଜବତ କରାଯାଇଥିବା ଜଣାପଡିଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସର ୩ଟି ଟିମ୍ ପ୍ରବୀଣଙ୍କ ବିଭିନ୍ନ ଠିକଣା ଉପରେ ଚଢାଉ କରିବା ପରେ ଏତେ ପରିମାଣରେ ସମ୍ପତ୍ତି ସାମ୍ନାକୁ ଆସିଛି । ଆଗକୁ ଆହୁରି ଟଙ୍କା ବାହାରିବ ବୋଲି ଆଶଙ୍କା କରୁଛନ୍ତି ଭିଜିଲାନ୍ସ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe