କନକ ବ୍ୟୁରୋ : ଜାଲରେ ପଡ଼ିଲା ବିରାଟକାୟ ମାଛ । ପଶ୍ଚିମବଙ୍ଗ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ବିରାଟକାୟ ଶଙ୍ଖଚିଲ ମାଛ । ଯାହାକୁ କିଣିବା ପାଇଁ ବଡ଼ ବଡ଼ ବ୍ୟବସାୟୀଙ୍କ ଭିତରେ ଭିଡ଼ । ଏହି ମାଛରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହାର ମୂଲ୍ୟ ମଧ୍ୟ ଅଧିକ ରହିଛି । ଗତକାଲି ପଶ୍ଚିମବଙ୍ଗର ଏକ ଟ୍ରଲର ମଝି ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା ବେଳେ ଜାଲରେ ଲାଗିଥିଲା ଏହି ମାଛ । ମାଛକୁ ନେଇ ଦୀଘା ମୁହାଣରେ ଏହାର ମୂଲ୍ୟ ନିର୍ଧାରଣ ହୋଇଥିଲା । ଆଉ ଏହାକୁ କିଣିବା ପାଇଁ କୋଲକାତାର କିଛି ବଡ଼ ବ୍ୟବସାୟୀ ପହଞ୍ଚି ଥିଲେ । ଏହି ମାଛର ବିଭିନ୍ନ ଅଂଶ ଔଷଧ ତିଆରିରେ ବ୍ୟବହୃତ ହୁଏ । ସେଥିପାଇଁ ଏହା ଅଧିକ ମୂଲ୍ୟରେ ବିକ୍ରି କରାଯାଇଛି ।