କନକ ବ୍ୟୁରୋ : ଋଷକୁ ଧମକ ଦେଲେ ଆମେରିକା ରାଷ୍ଟ୍ରପତି । ଯଦି ୫୦ ଦିନ ଭିତରେ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ଋଷ ବନ୍ଦ ନକରେ ତେବେ ଆଶାତୀତ ଟାରିଫ୍ ଲଗାଇବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ୍ । ଟ୍ରମ୍ପ୍ କହିଛନ୍ତି କି, ଆଗାମୀ ୫୦ ଦିନ ମଧ୍ୟରେ ଋଷ ଯଦି ୟୁକ୍ରେନ ସହ ଶାନ୍ତି ଚୁକ୍ତି ନକରେ ତେବେ ଋଷ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଯିବ । ଟ୍ରମ୍ପ କହିଛନ୍ତି କି ଟାରଫର ଏହା ଦ୍ୱିତୀୟ ଭାଗ ହେବ । ଏହାର ଅର୍ଥ ଋଷ ଠାରୁ ତେଲ କିଣୁଥିବା ଦେଶ ଭାରତ ଓ ଚୀନ ଉପରେ ବି ପ୍ରତିବନ୍ଧକ ଲାଗିବ ।
ଟ୍ରମ୍ପ୍ ହ୍ୱାଇଟ୍ ହାଉସ୍ ସ୍ଥିତ ନାଟୋ ମହାସଚିବ ମାର୍କ ରୁଟଙ୍କ ସହ ବୈଠକ କରିଛନ୍ତି । ଏହି କ୍ରମରେ ସେ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଯୋଗାଇବାକୁ ଘୋଷଣା କରିଛନ୍ତି । ଟ୍ରମ୍ପ୍ କହିଛନ୍ତି କି, ଯୋଜନା ମୁତାବକ ୟୁରୋପୀୟ ଦେଶମାନେ ଆମେରିକାରୁ ଯୁଦ୍ଧାସ୍ତ୍ର କିଣି ୟୁକ୍ରେନକୁ ଯୋଗାଇବେ ।
ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ମୋର ପୁଟିନଙ୍କ ସହ ସବୁବେଳେ ଭଲ ଆଲୋଚନା ହେଉଛି । ହେଲେ କ୍ଲିଣ୍ଟନ, ଓବାମା, ବାଇଡେନଙ୍କୁ ପୁଟିନ୍ ମୁର୍ଖ ବନାଇଥଲେ, ହେଲେ ମୋତେ ମୁର୍ଖ ବନାଇବା ପୁଟିନଙ୍କ ପାଇଁ ମହଙ୍ଗା ପଡିବ ।
ହ୍ୱାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି କି, ସେକେଣ୍ଡାରୀ ଟାରିଫରେ ଋଷରୁ ତେଲ କିଣୁଥିବା ଦେଶମାନଙ୍କୁ ଟାର୍ଗେଟ୍ କରାଯିବ । କାରଣ ଆମେରିକା ଓ ଋଷ ମଧ୍ୟରେ ବହୁତ କମ୍ ବ୍ୟବସାୟ ହୋଇଥାଏ । ଏଣୁ ଏହା ଋଷର ଅର୍ଥ ବ୍ୟବସ୍ଥା ଉପରେ ଭାରୀ ପ୍ରଭାବ ପଡ଼ିବ ।
ନାଟୋର ଆମେରିକା ରାଜଦୂତ ମେଟ୍ ହ୍ୱିଟକର କହିଛନ୍ତି, ଏହି ସେକେଣ୍ଡାରୀ ଟାରିଫ୍ ଋଷ ଉପରେ ସିଧାସଳଖ ପ୍ରଭାବ ନପକାଇଲେ ବି ସେହି ଦେଶଗୁଡିକ ଉପରେ ପ୍ରଭାବ ପଡିବ, ଯେଉଁ ଦେଶମାନେ ଋଷ ଠାରୁ ତୈଳ କିଣୁଛନ୍ତି । ଏହି ପଦକ୍ଷେପ ଋଷର ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବାକୁ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/15/39-2025-07-15-10-19-45.jpg)